Wednesday , September 28 2022
Breaking News
Home / ବିଶେଷ / “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଆମ ପରିବେଶ ସବୁଜ ସୁନ୍ଦର କାର୍ୟ୍ୟକ୍ରମ ଅନୁଷ୍ଠିତ

“ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ଆମ ପରିବେଶ ସବୁଜ ସୁନ୍ଦର କାର୍ୟ୍ୟକ୍ରମ ଅନୁଷ୍ଠିତ

ପରଜଙ୍ଗ, ୨୩/୦୯/୨୦୨୨ (ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ କୁଆଳୁ ଗ୍ରାମ ପଞ୍ଚାୟତର ପ୍ରାଚୀନ ମନ୍ଦିର ବାବା ଅଷ୍ଟସମ୍ଭୁ ମନ୍ଦିର ର ସୌନ୍ଦର୍ୟ୍ୟ କରଣ ପାଇଁ ମନ୍ଦିର ପାଚେରୀ ପାର୍ଶ୍ୱ ରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଆମ ପରିବେଶ ସବୁଜ ସୁନ୍ଦର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାଚୀନ କାଳରୁ ବାବା ଅଷ୍ଟସମ୍ଭୁ ମନ୍ଦିରର କାରୁକାର୍ୟ୍ୟ ପଥର ରେ ହୋଇ ଅଛି ଆଜିର ଦିନରେ ମଧ୍ୟ ଆମ କଳା ସଂକୃତି ଐତିହ୍ୟ ବଞ୍ଚି ରହିଅଛି, ଏଣୁ ଏହି ଭଳି ଆମ କଳା ସଂକୃତି କୁ ବଞ୍ଚେଇ ରଖିବା ପାଇଁ ଆମ ସମସ୍ତଙ୍କର ସହଯୋଗ ଓ ସହାନୁଭୂତି ରହିବା ନିହାତି ଆବଶ୍ୟକ, ଏହା ଦ୍ୱାରା ଆମ ମନ୍ଦିର ମାଳିନୀ ପରିବେଶ ସବୁଜ ସୁନ୍ଦର ହେବା ସହ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ, ପ୍ରାଚୀନ କାଳର ବାବା ଅଷ୍ଟସମ୍ଭୁ ମନ୍ଦିର ଆମ ଜିଲ୍ଲାରେ ଅବସ୍ତିତ ହୋଇଥିବା ହେତୁ ଆମ ଜିଲ୍ଲାର ସର୍ଵ ସାଧାରଣ ପ୍ରଭୁ ଙ୍କର ଶ୍ରୀ ଚରଣରେ ଆମେ ସବୁବେଳେ ସମର୍ପିତ, ମନ୍ଦିର ର ବିଶେଷ ସମସ୍ୟା ଏକ ମାସ ହେବ ବିଶୁଦ୍ଧ ପାନୀୟ ଜଳ ଆକୁଆ ଗାର୍ଡ ଟି ଖରାପ ହୋଇ ଯାଇ ଅଛି, ଗାର୍ଡେନ ର ଅନା ବନା ଘାସ ହୋଇ ଯାଇଅଛି, ପୁଖରୀ ରେ କୁଢ଼ କୁଢ଼ ଆଳିହା ସାଙ୍ଗକୁ ଅନା ବନା ଘାସ ରେ ପରିପୂର୍ଣ୍ଣ ହୋଇଅଛି, ଏଥି ନିମନ୍ତେ ଆମେ ଢେଙ୍କାନାଳ ଜିଲ୍ଲାର ଏ.ଏସ.ଆଇ ଅଧିକାରୀ ସୁଶାନ୍ତ ଗୁଚ୍ଛାୟତ ଙ୍କୁ ଆମେ ଅବଗତ କରାଇଲୁ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ଆମେ ନିବେଦନ କରିଲୁ । ଆଜିର ଏହି କାର୍ୟ୍ୟକ୍ରମ ରେ ଯୁବଶକ୍ତି ର ଜ୍ଞାନ ରଞ୍ଜନ ସାହୁ, ବିନୟ ଦାସ,ଦିଲ୍ଲୀପ ସାହୁ, ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଗଡନାୟକ, ରୂପକ ରଞ୍ଜନ ସାହୁ, ସୁଜିତ ଦଳ ବେହେରା, ଭୀମସେନ ଖଟୁଆ, ଓ ମନ୍ଦିର ପୂଜକ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.