କଟକ ସଦର,୨୪/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସେଦିନ ଥିଲା ଫେବୃଆରୀ ୧୫ ତାରିଖ ରାତି। ରାତି ପାହିଲେ ୧୬ ତାରିଖରେ ପଞ୍ଚାୟତ ନିର୍ବାଚନ। କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଞ୍ଚାୟତର ନିର୍ବାଚନ ଦୈ।ଡରେ ଆଗରେ ଥିଵା ସରପଞ୍ଚ ପ୍ରାର୍ଥିନୀ ତଥା ସରସ୍ଵତୀ ଶିଶୁ ମନ୍ଦିରର ଜଣେ ଭଲ ଶିକ୍ଷୟିତ୍ରୀ ନମିତା ବେହେରାଙ୍କ ସେହି କାଳ ରାତିରେ ସନ୍ଦେହ ଜନକ ମୃତ୍ୟୁ ହେଲା। ଆତ୍ମହତ୍ୟାର ରୂପ ଦିଆଗଲା। ପୋଷ୍ଟମର୍ଟମ କରାଯାଇ କିଶନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଲା। କିନ୍ତୁ ହତ୍ୟା କି ଆତ୍ମହତ୍ୟା କିମ୍ବା ପୋଷ୍ଟମର୍ଟମ ରିପୋର୍ଟର ଵି ଖୁଲାସା ହେଲାନାହିଁ। ତଦନ୍ତରେ ଡୋରି ବନ୍ଧା ହୋଇଗଲା। ହେଲେ ଏଵେ ନମିତାର ପ୍ରେତାତ୍ମା ଜଣଙ୍କ ଦେହରେ ସଵାର ହୋଇଥିଵା ଏବଂ ତାର ଵୟାନକୁ ନେଇ ସମଗ୍ର ଅଞ୍ଚଳରେ ଘଟଣାର ୭ ମାସ ପରେ ଵି ପୁଣି ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି। ଏବଂ ପ୍ରେତାତ୍ମାର ଵୟାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଵାରେ ଲାଗିଛି। ‘ ମୋତେ ପରିବାରର ତିନି ଜଣ ଲୋକ ତକିଆ ପକାଇ ମାଡିଵସି କଲଵଲ କରି ମାରିଦେଇ ଟାଙ୍ଗି ଦେଲେ’ ଵୋଲି ନମିତାର ପ୍ରେତାତ୍ମା କହିଥିବା ଜଣାପଡିଛି। ନିର୍ବାଚନର ପୂର୍ବ ଦିନ ରାତିରେ ସଵୁ ପ୍ରସ୍ତୁତି ସାରି ରାତିରେ ଫେରିଥିବା ନମିତାର ମୃତ୍ୟୁକୁ ନେଇ ସେତେବେଳେ ସନ୍ଦେହ ଉପୁଜିଥିବା ବେଳେ ଏବେ ପ୍ରେତାତ୍ମାର ଵୟାନ ସନ୍ଦେହକୁ ଆହୁରି ଦୃଢିଭୁତ କରିଥିବା ଅଭିଯୋଗ ହେଉଛି।ଏହା ଜଣାପଡିଵା ପରେ ପୋଲିସ୍ ପକ୍ଷରୁ କି ପଦକ୍ଷେପ ନିଆଯାଉଛି ତାକୁ କେଵଳ ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି । ଓଡ଼ିଶା ସମାଚାର