ନିରାକାରପୁର, ୨୪/୦୯/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ପାଣି ଛତର ଗ୍ରାମର ଜଣେ ବୟୋଜେ୍ୟଷ୍ଠ ବ୍ୟକ୍ତି ତଥା ବାଇଶି ଦେଶ ଯାଦବ ସମାଜ ପୂର୍ବତନ ଉପସଭାପତି ଭିକାରୀ ବେହେରାଙ୍କ ୯୫ ବର୍ଷ ବୟସରେ ପାଣି ଛତର ବାସଭବନ ରେ ପରଲୋକ ହୋଇଯାଇଛି। ସେ ଜଣେ ଜଣାଶୁଣା ସରଳ ବିଶ୍ୱାସୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁରେ ବାଇଶି ଦେଶ ଯାଦବ ସମାଜ ରେ ଶୋକ ଖେଳି ଯାଇଛି। ସଭାପତି ରତ୍ନାକର ବେହେରା ତାଙ୍କ ମୃତ୍ୟୁ ରେ ଶୋକ ବ୍ୟକ୍ତ କରି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଥାନା କରିଛନ୍ତି।