Wednesday , May 31 2023
Breaking News
Home / ବିଶେଷ / ବନ୍ୟା ପ୍ରଭାବିତ ସାନନାୟନପୁର ଗ୍ରାମବାସୀଙ୍କୁ ରିଲିଫ ବଂଟନ

ବନ୍ୟା ପ୍ରଭାବିତ ସାନନାୟନପୁର ଗ୍ରାମବାସୀଙ୍କୁ ରିଲିଫ ବଂଟନ

ଗରଦପୁର ୨୪/୦୯/୨୦୨୨ (ଓଡ଼ିଶା ସମାଚାର)-  ଲଘୁଚାପ ଜନିତ ଲଗାଣ ବର୍ଷାରେ ଦେଖାଦେଇଥିବା ବନ୍ୟା ରେ ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ସାନନୟନପୁର ଗ୍ରାମର ଲୋକମାନେ ବନ୍ୟା ରେ ପ୍ରଭାବିତ ହୋଇଥିଲେ । ଏହି ଅବସରରେ ଗ୍ରାମ ଉତ୍ଥାନ ଓ ଆଜୀମ ପ୍ରେମ ଜୀ ଫାଉଣ୍ଡେସନ୍ ର ମିଳିତ ସହଯୋଗରେ ସାନନାୟନପୁର ଗ୍ରାମର ଲୋକମାନଙ୍କୁ ରିଲିଫ ବଂଟନ କରାଯାଇଥିଲା । କାର୍ୟ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭୟ କୁମାର ମହାରାଜ, ସ୍ଥାନୀୟ  ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାସୁଦେବ ବେହେରା, ପଳସୁଧା ଗ୍ରାମ ପଞ୍ଚାୟତର ସମିତି ସଭ୍ୟଙ୍କ ପ୍ରତିନିଧି ଙ୍କ ସମେତ ସାମିକ୍ ସଂସ୍ଥାର ପଦାଧିକାରୀ ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ମାନସ ମହାନ୍ତି, ସତ୍ୟ ରଂଜନ ସାମଲ,ରଘୁନାଥ ରାଉତ, ଆଶିଷ କୁମାର ମହାନ୍ତି,ଙ୍ଗକ୍ଟକ୍ସୟ ସଭ୍ୟ ତାପସ ଦଲାଇ,ଚିକନ ବେହେରା, ରଂଜିତ ଦଲାଇ,ରାମଚନ୍ଦ୍ର ମାଝୀ, ବବୁଲ,ପିଣ୍ଟୁ ଉପସ୍ଥିତ ରହି ରିଲିଫ ବଣ୍ଟନରେ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.