Friday , December 9 2022
Breaking News
Home / ତାଜା ଖବର / ଗ୍ୟାରେଜ ଭିତରକୁ ମାଡିଗଲା ଟ୍ରକ୍,ତିନୋଟି ବାଇକ୍ ସହ ଗ୍ୟାରେଜ୍ କ୍ଷତିଗ୍ରସ୍ତ

ଗ୍ୟାରେଜ ଭିତରକୁ ମାଡିଗଲା ଟ୍ରକ୍,ତିନୋଟି ବାଇକ୍ ସହ ଗ୍ୟାରେଜ୍ କ୍ଷତିଗ୍ରସ୍ତ

କଟକ ସଦର, ୨୪/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ସୋମପୁର ପୋଲିସ୍ ବିଟ୍ ହାଉସ୍ ନିକଟରେ ଥିଵା ଏକ ମଟରସାଇକେଲ ଗ୍ୟାରେଜ ଭିତରକୁ ଏକ ଵଡ ଟ୍ରକ ଆଜି (ଶନିବାର) ପୂର୍ବାହ୍ନରେ ମାଡ଼ିଯିବା ଫଳରେ ଗ୍ୟାରେଜ ସହିତ ଲୋକଙ୍କ ମରାମତି ପାଇଁ ରହିଥିବା ତିନୋଟି ମଟର ସାଇକେଲ ଚୁରମାର ହୋଇଯାଇଛି।

ପ୍ରକାଶ ଯେ କଟକ ପଟୁ ପାରାଦୀପ ଅଭିମୁଖେ ଯାଉଥିବା ଓଡି ୦୫ ଏଏଲ ୧୯୧୫ ନମ୍ବର ଟ୍ରକଟି ଭାରସାମ୍ୟ ହରାଇ ଗ୍ୟାରେଜ ଭିତରକୁ ପସି ଯାଇଥିଲା।ସୈ।ଭାଗ୍ୟ ଵସତଃ କେହି ମୃତ କିମ୍ବା ଆହତ ହୋଇନଥିଵା ଵେଳେ ଗ୍ୟାରେଜର ବିଶେଷ କ୍ଷତି ଘଟିଛି। ଟ୍ରକର ଡ୍ରାଇଭର ଓ ହେଲପର୍ କୁ ପୋଲିସ ଘଟଣାସ୍ଥଳରୁ ନେଇ ଅଟକ ରଖିଥିବା ଜଣାପଡିଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.