Monday , June 5 2023
Breaking News
Home / ବିଶେଷ / ଗରଦପୁର ବ୍ଲକ୍ ରେ ଅହିଂସା ରଥ କୁ ସ୍ୱାଗତ – –

ଗରଦପୁର ବ୍ଲକ୍ ରେ ଅହିଂସା ରଥ କୁ ସ୍ୱାଗତ – –

ଦେଶ ପ୍ରେମର ବାର୍ତା ଦେଲା ଅହିଂସା ରଥ- –
ଗରଦପୁର, ୨୪/୦୯/୨୦୨୨(ଓଡ଼ିଶା ସମାଚାର)- ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶା ର ଅବଦାନ ଓ ଗାନ୍ଧୀ ବାର୍ତାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅହିଂସା ରଥ ର ପରିକ୍ରମା କରାଯାଉଛି । ଆଜି ପୂର୍ବାହ୍ନରେ ଗରଦପୁର ବ୍ଲକ୍ ମାହାଳ ଠାରେ ଅହିଂସା ରଥ କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ରଥ ରେ ଚଳଚିତ୍ର ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ୱାଧୀନତାର ବିଭିନ୍ନ ସ୍ମୃତି ସମ୍ପର୍କରେ ଅବଗତ କରାଯିବା ସହିତ ଏହା ସାରା ଦେଶ ପାଇଁ ଦେଶପ୍ରେମର ବାର୍ତା ବୋଲି ଅବଗତ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଙ୍କ ନିର୍ଦ୍ଧେଶରେ ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି , ଅଙ୍ଗନୱାଡ଼ି କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ଛାତ୍ର ଛାତ୍ରୀ ଓ ଜନ ସାଧାରଣ ରଥକୁ ସମ୍ବର୍ଦ୍ଧନା କରିଥିଲେ । ମହିଳାଙ୍କ କଂଠ ରେ ହୁଳ ହୁଳି , ଛାତ୍ର ଛାତ୍ରୀ ଙ୍କ ବନ୍ଦେ ଉକ୍ରଳ ଜନନୀ ନାରା ରେ ରଥକୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଧର୍ମ ରଂଜନ ପଣ୍ଡା , ଏବିଡ଼ିଓ ପ୍ରଶାନ୍ତ ଜେନା , କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ସିଂ, ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ଲୋକନାଥ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦୀପ୍ତ ପ୍ରଧାନ , ଅଧ୍ୟାପକ ରମାକାନ୍ତ ପାଣି , ବଙ୍ଗାଳପୁର ସରପଂଚ ଅମିୟ ରଂଜନ ଜେନା , ସମିତି ସଭ୍ୟ ମହେଶ୍ୱତା ସାମଲ , ଗରଦପୁର ସରପଂଚ ଅନୀତା ମାହାଳୀ , ସରପଂଚ ପ୍ରତିନିଧି ରମାକାନ୍ତ ବେହେରା , ପାଖଡ଼ ସରପଂଚ ପ୍ରତିନିଧି ପ୍ରତାପ ସ୍ୱାଇଁ, ନଡ଼ିଆବରେଇ ସରପଂଚ ସନ୍ତୋଷ ମାହାଳୀ ,ପାଟକୁରା ସରପଂଚ ଗୀତାଂଜଳୀ ମହାନ୍ତି , ଭଗବାନପୁର ସରପଂଚ ରାଜେନ୍ଦ୍ର ମଲିକ, ପାଟକୁରା ହାଇସ୍କୁଲ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି , ଶୈଳେନ୍ଦ୍ର ମହାନ୍ତି, ସମିତି ସଭ୍ୟ ଦିଲିପ ସାହୁ , ପ୍ରମୁଖ ସାମିଲ ହୋଇଥିଲେ । କୋରୁଆ ଠାରେ ଲୋକନାଥ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ ଓ ଛାତ୍ର ଛାତ୍ରୀ ମାନେ ଅହିଂସା ରଥକୁ ସ୍ୱାଗତ କରି କଳାବୁଦା ବାରୁଣୀ ବଜାର ପର୍ଯ୍ୟନ୍ତ ନେଇଥିଲେ । ଗରଦପୁର , ମାହାଳ ଓ ପାଟକୁରା ଠାରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଙ୍କ ସମେତ ବିଦ୍ୟାଳୟ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରିଶେଷରେ ଅହିଂସା ରଥ ମାର୍ଶାଘାଇ ଅଭିମୁଖେ ଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.