ସାଲେପୁର,୨୪/୦୯/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ରାସ୍ତା ନଥିବା ରୁ ଘର ପାଖକୁ ଆମ୍ବୁଲାନ୍ସ ଯାଇପାରି ନଥିଲା । ରାସ୍ତା ପାଇଁ ଚାଲିଗଲା ଜଣେ ମହିଳା ଙ୍କ ଜୀବନ । ସେହି ଖବର ଓଡିଶା ସମାଚାର ସମେତ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଦୁଇଦିନ ତଳେ ଆସିଥିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ପରିବାରଙ୍କୁ ଆର୍ଥିକ ସହାୟତା ଦେବା ସହ ଏହି ରାସ୍ତାପାଇଁ ସେଣ୍ଟରରେ ଜଣେଇବେବୋଲି କହିଥିଲେ,ଯିଏକି ପାଞ୍ଚବର୍ଷ ବିଧାୟକଭାବେ ଥିଲେ ସତ କିନ୍ତୁ ଏହିରାସ୍ତାପ୍ରତି ଧ୍ୟାନଦେଇ ନଥିବା ଲୋକେ ଆଲୋଚନା କରିଥିଲେ । ସେହିପରି ଆଜି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସାଲେପୁର ତହସିଲଦାର ଶିବ ଚରଣ ଭୋଇ, ଏବିଡ଼ିଓ ସୂର୍ୟ୍ୟ କାନ୍ତ ରାଉତ, ଅସିଷ୍ଟାଣ୍ଟ ଇଞ୍ଜିନିଅର ବିଭୁତି ଭୂଷଣ ନାଏକ , ପିକୋଳ ସରପଞ୍ଚ ,ସମିତି ସଭ୍ୟ. ଦଳୀୟ କର୍ମୀ ,ରାଇସୁଙ୍ଗୁଡ଼ା ପୂର୍ବତନ ସରପଞ୍ଚ ,ପୂର୍ବତନ ସମିତିସଭ୍ୟ ,କର୍ମୀ ମାନେ ରାସ୍ତା ଅନୁଧ୍ୟାନ କରିଥିଲେ ଏବଂ ମୃତ ପରିବାର ଙ୍କୁ ଶାନ୍ତ୍ୱନା ଦେବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଖୁବଶୀଘ୍ର ରାସ୍ତକାମ ହେବ ବୋଲି ବିଧାୟକ ପ୍ରଶାନ୍ତ ବେହେରା ପ୍ରତିଶୃତି ଦେଇଛନ୍ତି । ଦେଖିବାକୁ ବାକି ରହିଲା ଏହିରାସ୍ତା ହେଉଛି କିଆଉ କାହାର ଜୀବନ ଯାଉଛି ।
ଉଲେଖଯୋଗ୍ୟ କି କଟକ ଜିଲ୍ଲାସାଲେପୁର ବ୍ଲକ ପିକୋଳ ପଂଚାୟତ କେରଙ୍ଗା ଗାଁ ର ବିଷ୍ଣୁ ବିଶ୍ୱାଳ ଙ୍କ ସ୍ତ୍ରୀ ଙ୍କର ଦେହ ଗୁରୁତର ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଡକାଇ ଥିଲେ । ମାତ୍ର ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ ତାଙ୍କ ଘର ପର୍ୟ୍ୟନ୍ତ ଯାଇ ନପାରି ଗୋଟିଏ କିଲୋମିଟର ଦୂରରେ ରହିଥିଲା ।
ଗ୍ରାମବାସୀଙ୍କ ସହାୟତା ରେ ଷ୍ଟେ୍ରଚରରେ ତାଙ୍କୁ ନେଲା ବେଳେ ରାସ୍ତାରେ ସେ ତଳେ ପଡିଯାଇଥିଲେ । ପୁଣି ଷ୍ଟେ୍ରଚର ରେ ଉଠେଇ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜ୍ୟର ଆଗୁଆ କଟକ ଜିଲାରେ ପୁଣି ଏଭଳି ରାସ୍ତା ଥିବା ଦେଖିଲେ ଆପଣଙ୍କୁ କାନ୍ଦ ମାଡ଼ିବ । ପ୍ରଶାସନ ଏହି ରାସ୍ତାପ୍ରତି ଧ୍ୟାନ ଦେଲେ ବିଷ୍ଣୁ ଙ୍କ ସ୍ତ୍ରୀଙ୍କ ପରି ଆଉକାହାର ଜୀବନ ଯାଆନ୍ତା ନାହିଁ । ଓଡ଼ିଶା ସମାଚାର