Saturday , December 3 2022
Breaking News
Home / ବିଶେଷ / ଆଇଆଇଟିରେ ଖୋଲିବ ଦୂର ନିରନ୍ତର ଶିକ୍ଷା

ଆଇଆଇଟିରେ ଖୋଲିବ ଦୂର ନିରନ୍ତର ଶିକ୍ଷା

ଭୁବନେଶ୍ୱର,୨୪/୦୯/୨୦୨୨ (ଓଡ଼ିଶା ସମାଚାର)- କରୋନା ମହାମାରୀ ସ୍ଥିତି ପରଠାରୁ ଅନଲାଇନ ପାଠପଢ଼଼ାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଅନଲାଇନ୍ ଓ ଦୂର ନିରନ୍ତର ଶିକ୍ଷା(ଡିସଣ୍ଟାସ୍ )ରେ ନୂଆ ନୂଆ ବିଭାଗ ଖୋଲୁଛି। ପ୍ରଭାବିତ ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବ୍ୟବସ୍ଥାକୁ ଗୁଣାତ୍ମକ କରିବା ପାଇଁ ବିଭିନ୍ନ ଆଇଆଇଟି(ଇଣ୍ଡିଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି) ପକ୍ଷରୁ ମଧ୍ୟ ବିଭିନ୍ନ ବିଭାଗରେ ନୂତନ କୋର୍ସ ଆରମ୍ଭ ହୋଇଛି। ଉଭୟ ଅନ୍ ଲାଇନ୍ ଓ ଅଫଲାଇନରେ କୋର୍ସ ଉପଲବ୍ଧ ହେବାକୁ ଥିବାବେଳେ ଏଥିରେ ପବ୍ଲିକ ପଲିସି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିଜାଇନ ଭଳି କୋର୍ସ ରହିବ। ଦୂର ନିରନ୍ତର ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ନୂଆ କୋର୍ଗୁଡିକରେ ଛାତ୍ରଛାତ୍ରୀଙ୍କ ସହିତ କର୍ମଜୀବୀମାନେ ମଧ୍ୟ ନାମ ଲେଖାଇପାରିବେ। ତେବେ ଆଇଆଇଟି ଦିଲ୍ଳୀ ପକ୍ଷରୁ ଦୁଇ ବର୍ଷିଆ ମାଷ୍ଟର ଅଫ୍ ପବ୍ଲିକ ପଲିସି(ଏମପିପି) କୋର୍ସ ଆରମ୍ଭ ହୋଇଛି। ଚଳିତବର୍ଷ ଆଇଆଇଟିଗୁଡ଼ିକରେ ମଧ୍ୟ ଡିପାର୍ଟମେଣ୍ଟ ଅଫ୍ ଡିଜାଇନ ନାଁରେ ନୂଆ ବିଭାଗ ଖୋଲିଛି। ଏଥିରେ ମାଷ୍ଟର ଅଫ୍ ଡିଜାଇନ୍ ଓ ମାଷ୍ଟର ଅଫ୍ ଇନୋଭେସନ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆରମ୍ଭ ହେବ। ଇଞ୍ଜିନୟରିଂ ଓ ଏମ୍ ସିଏ ଡିଗ୍ରୀଧାରୀ ଏଥିପାଇଁ ଆବେଦନ କରିପାରିବେ। ସେହିପରି କାନପୁର ଆଇଆଇଟି ପକ୍ଷରୁ ଇ-ମାଷ୍ଟର କୋର୍ସ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଦିଲ୍ଲୀ ଆଇଆଇଟି ପକ୍ଷରୁ ଏମଟେକ୍ ଇନ୍ ଇଲେକ୍ଟ୍ରିକ୍ ମୋବିଲିଟି ନାଁରେ ନୂଆ ପାଠ୍ୟକ୍ରମ ଆରମ୍ଭ ହେବ। ଆଇଆଇଟି ମାଦ୍ରାସ ପକ୍ଷରୁ ଆପ୍ଲାଏଡ୍ ଡାଟା ସାଇନସ ଏଣ୍ଡ ମେସିନ୍ ଇଣ୍ଟେଲିଜେନ୍ସ କୋର୍ସ ଆରମ୍ଭ ହୋଇଛି। ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ୭ଟି ବିଭାଗରେ ଅନଲାଇନ ଏମଟେକ୍ କୋର୍ସ ଆରମ୍ଭ ହେହେଉଛି।

Leave a Reply

Your email address will not be published.