Tuesday , September 27 2022
Breaking News
Home / ବିଶେଷ / ସିର୍ଲୋ ରୁ ବଜ୍ରକାପ୍ତା ଉଦ୍ଧାର କଲେ ଗ୍ରାମ ବାସୀ 

ସିର୍ଲୋ ରୁ ବଜ୍ରକାପ୍ତା ଉଦ୍ଧାର କଲେ ଗ୍ରାମ ବାସୀ 

 କିଶନନଗର, ୨୩/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )- କିଶନ ନଗର ଥାନା ତଥା ନିଶ୍ଚିନ୍ତକୋଇଲି ବ୍ଲକ  ସିର୍ଲୋ  ବରହମପୁର  ଠାରେ ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛି ଏକ ବଜ୍ରକାପ୍ତା । ବଜ୍ରକାପ୍ତା ଟିର ଲମ୍ବା ପ୍ରାୟ ୪ ଫୁଟ ହେବ। ବଜ୍ରକାପ୍ତା ଟିକୁ ଚୋରି କରି ବିକ୍ରୀ କରିବା ପାଇଁ କେହି  ନେଉଥିବା ବେଳେ ଧରାପଡ଼ିଯିବା ଭୟରେ ରାସ୍ତା କଡ଼ରେ ଛାଡି  ଦେଇଥିବା ସଂଦେହ କରାଯାଉଛି। ଗ୍ରାମବାସୀମାନେ ବଜ୍ରକାପ୍ତା ଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ତାକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ବନ ବିଭାଗ କର୍ମଚାରୀ ଙ୍କ କହିବା ମୁତାବକ ଚଳିତ ବର୍ଷ ବନ୍ୟାରେ ଏହି ବଜ୍ରକାପ୍ତା ଟି ଜଙ୍ଗଲ ରୁ ନଦୀ ପାଣିରେ ଭାସି ଆସି ଥାଇ ପାରେ ବୋଲି ଅନୁମାନ କରିଛନ୍ତି । ଅନ୍ୟ ପକ୍ଷରେ,  ଏହି ବଜ୍ରକାପ୍ତା ଏହି ଅଞ୍ଚଳକୁ କିଭଳି ଆସିଲା ତାହା ନେଇ ସନ୍ଦେହ ପ୍ରକାଶ ପାଇଛି । ବନ ବିଭାଗ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published.