Tuesday , September 27 2022
Breaking News
Home / ବିଶେଷ / ରାଜ୍ୟରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ

ରାଜ୍ୟରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ

ଭୁବନେଶ୍ୱର, ୨୩/୦୯/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟର ଅବକାରୀ ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ସରକାର ତତ୍ପରତା ପ୍ରକାଶ କରି ଆସୁଛନ୍ତି। ଏହି କ୍ରମରେ ନିୟମିତ ଭାବେ ନୂତନ ଅବକାରୀ ଥାନା, ନୂତନ ଅବକାରୀ ରେଞ୍ଜ କାର୍ଯ୍ୟାଳୟ, ନୂତନ ଇଆଇ ଏବଂ ଇବି ସାଟେଲାଇଟ୍ ୟୁନିଟ୍ ପ୍ରତିଷ୍ଠା କରାଯାଉଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା କ୍ୟାବିନେିନେଟ୍ ବୈଠକରେ କେତେକ ପ୍ରସ୍ତାବ ଅନୁମୋଦନ କରାଯାଇଛି। ବୈଠକ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି।

ରାଜ୍ୟର ଗୋପାଳପୁର, ଖପରାଖୋଲ, ମୋହନା, ଦାରିଙ୍ଗିବାଡି, ଯୋଡା, ହାଟଡିହି, ମୁନିଗୁଡା, କୋଇଡା ଏବଂ ସୁକୁରୁଲି ଠାରେ ୯ଟି ଗୋଟି ଅବକାରୀ ଥାନା ପ୍ରତିଷ୍ଠା ହେବ। ଅନୁରୂପ ଭାବେ ୧୩ଟି ନୂତନ ରେଞ୍ଜ କାର୍ଯ୍ୟାଳୟ ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର.ଉଦୟଗିରି, ଭଞ୍ଜନଗର, ପାରାଦୀପ୍ , ଯାଜପୁର ରୋଡ, ଭୁବନେଶ୍ୱର-୨, ନନ୍ଦପୁର, ନିମାପଡ଼ା, ରେଢାଖୋଲ ଏବଂ ବଡଗାଁ ଠାରେ ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି। କଟକ, ବ୍ରହ୍ମପୁର ଏବଂ ସମ୍ୱଲପୁର ଠାରେ ଅବସ୍ଥିତ ଇ.ଆଇ ଏବଂ ଇ.ବି ୟୁନିଟ୍ ଅଧିନରେ ତିନିଟି ନୂତନ ସାଟେଲାଇଟ୍ ୟୁନିଟ୍ ଯଥାକ୍ରମେ ବାଲେଶ୍ୱର, ଜୟପୁର ଏବଂ ରାଉରକେଲା ଠାରେ ପ୍ରତିଷ୍ଠା ହେବା ନିଷ୍ପତ୍ତିକୁ ମଧ୍ୟ କ୍ୟାବିନେିନେଟ୍ ଅନୁମୋଦନ କରିଛି। ସେହିପରି ଅବକାରୀ ଅଧୀକ୍ଷକ, ଉପ-ଅବକାରୀ ଅଧୀକ୍ଷକ, ଅବକାରୀ ନିରୀକ୍ଷକ, ଅବକାରୀ ଉପ-ନିରୀକ୍ଷକ, ଅବକାରୀ ସହକାରୀ ଉପ-ନିରୀକ୍ଷକ ଏବଂ ଅବକାରୀ ସିପାହୀ ଆଦି  ପଦ ପାଇଁ ୪୫୭ ଗୋଟି ଅତିରିକ୍ତ ନୂତନ ନିୟମିତ ପଦ ସୃଷ୍ଟି ସହିତ ମୋଟ ପଦବୀ ସଂଖ୍ୟାକୁ ୨୧୯୭ରୁ ୨୬୫୪କୁ ବୃଦ୍ଧି ପାଇଛି। ବହୁ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଏବଂ ଇ.ଆଇ ଏବଂ ଇ.ବି ୟୁନିଟ୍ ରେ ୨୦ଟି ନୂତନ ନିୟମିତ ଅମଲା ପଦ ସୃଷ୍ଟି  କରି ଜିଲ୍ଲା ଅବକାରୀ ଅମଲା ସେବା କ୍ୟାଡରର ପଦବୀ ସଂଖ୍ୟକୁ ୫୨ ରୁ ୭୨କୁ ବୃଦ୍ଧି କରାଯାଇଛି। ସେହିପରି ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସ୍ତରରେ ୧୦ ଗୋଟି ଅତିରିକ୍ତ ନିୟମିତ ପଦବୀ ସୃଷ୍ଟି କରି ଅବାକରୀ ନିର୍ଦ୍ଦେଶାଳୟ ସେବା କ୍ୟାଡରର ପଦବୀ ସଂଖ୍ୟା ୩୯ରୁ ୪୯କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।

Leave a Reply

Your email address will not be published.