Wednesday , September 28 2022
Breaking News
Home / ବିଶେଷ / ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନିରାକାରପୁର, ୨୩/୦୯/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଡିଆ ସରପଞ୍ଚ ଶ୍ରୀ ପ୍ରସାନ୍ତ କୁମାର ବେହେରା ଙ୍କ ନେତୃତ୍ବରେ ଭୁବନେଶ୍ୱର ର ଅହଲ୍ୟା ହସ୍ପିଟାଲ ଙ୍କ ସହଯୋଗ ରେ ମାଗଣା ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ମୋତିଆବିନ୍ଦୁ,ସହ ଆଖିର ବିଭିନ୍ନ ରୋଗର ପରିକ୍ଷା ନିରିକ୍ଷା କରି ଲୋକମାନଙ୍କୁ ହସ୍ପିଟାଲ ପକ୍ଷରୁ ମାଗଣା ଅସ୍ତ୍ରୋପଚାର କରି ଔଷଧ ସେବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଞ୍ଚଳରୁ ଆସିଥିବା ମା , ଭଉଣୀ ମାନେ ପ୍ରୟ ୩୦ରୁ ୪୦ଜଣଙ୍କୁ ଚକ୍ଷୁ ପରିକ୍ଷା କରାଯାଇଥିଲା। ଅହଲ୍ୟା ହସ୍ପିଟାଲ ପକ୍ଷରୁ ପ୍ରୋଜେକ୍ଟ ଅଫିସରସୁଶାନ୍ତ କୁମାର ପଟ୍ଟନାୟକ, ଡଃ ନରେନ୍ଦ୍ର ରାଉତ,ନର୍ଶ ସୋମ୍ୟମ୍ମିତା ମଲିକ, ସହଯୋଗ କରିବା ସହ ଡିଆ ଗ୍ରାମ ପଞ୍ଚାୟତ ନାୟଵ ସରପଞ୍ଚ ଶ୍ରୀ ମତୀ ପୁଷ୍ପଲତା ଦାଶ, ୱଡମେମ୍ବର ସଂଯୁକ୍ତ ମିଶ୍ର ,ସରତ ଚନ୍ଦ୍ର ସାହୁ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।

Leave a Reply

Your email address will not be published.