Friday , September 29 2023
Breaking News
Home / କ୍ରୀଡ଼ା / ପଦ୍ମଶ୍ରୀ ଦିଲୀପ ତିର୍କୀ ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ

ପଦ୍ମଶ୍ରୀ ଦିଲୀପ ତିର୍କୀ ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ

ଭୁବନେଶ୍ୱର, ୨୩/୦୯/୨୦୨୨ (ଓଡ଼ିଶା ସମାଚାର)- ପଦ୍ମଶ୍ରୀ ଦିଲୀପ ତିର୍କୀ ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ଅନ୍ୟ ଦୁଇ ଜଣ ଆଶାୟୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିବା ପରେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ଦିଲୀପ ତିର୍କୀ ସଭାପତି ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ କରିଥିବା ଅନ୍ୟ ଦସ୍ୱବ ଜଣ ଆଶାୟୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହରର କରିବା ପରେ ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ସଭାପତି ନିର୍ବାଚିତ ହୋଇଛନ୍ତି। ଭାରତର ପୂର୍ବତନ ହକି ଅଧିନାୟକ ଦିଲୀପ ତିର୍କୀ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ସମ୍ପର୍କରେ ଟ୍ୱିଟରରେ ଏକ ଫଟୋ ସେୟାର କରି ସୂଚନା ଦେଇଥିଲେ। ସେ ଦୀର୍ଘ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରରେ ୪୧୨ଟି ମ୍ୟାଚ ଖେଳିଛନ୍ତି । ହକି ଇଣ୍ଡିଆର ସଭାପତି ପଦରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।

Leave a Reply

Your email address will not be published. Required fields are marked *