ନିରାକାରପୁର, ୨୩/୦୯/୨୦୨୨(ଓଡ଼ିଶା ସମାଚାର)- ବର୍ଷ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡ଼ିଏଭି ସର୍ବପୁରାତନ ବିଜ୍ଞାନ ମହାବିଦ୍ୟାଳୟର ସ୍ଥାୟୀ ଜମି ପଟ୍ଟା ପାଇଁ ଦାବି ହୋଇ ଆସୁଥିଲେ ବି ସତେ ଯେମିତି କେହି କର୍ଣ୍ରପାତ କରୁ ନଥିବା ଭଳି ମନେ ହେଉଛି । ଏହି କଲେଜର ସ୍ଥାୟୀ ପଟ୍ଟା ସମସ୍ୟାକୁ ନେଇ ସରକାର ସ୍ୱତନ୍ତ୍ର କ୍ୟାବିନେଟରେ ଜାଗା ନଥିବା କଲେଜ,ସ୍କୁଲଗୁଡ଼ିକୁ ସ୍ଥାୟୀ ପଟ୍ଟା ଯୋଗାଇବାକୁ ନିର୍ଦ୍ଧେଶନାମା ଥିବାବେଳେ କିନ୍ତୁ ଅଦ୍ୟାବଧି ବହୁ ସଂଖ୍ୟାରେ ସ୍କୁଲ ,କଲେଜକୁ ପଟ୍ଟା ଯୋଗାଣ କରାଯାଇଥିଳେ ବି ଏ ପର୍ଯ୍ୟନ୍ତ ନିରାକାରପୁର କଲେଜ ନାଁରେ ସ୍ଥାୟୀ ପଟ୍ଟା ନ ହେବା ବିଡ଼ମ୍ବନାର ବିଷୟ । ଏ ବିଷୟରେ ସ୍ଥାନୀୟ କିଛି ବରିଷ୍ଠ ବୁଦ୍ଧିଜୀବୀ ତୁରନ୍ତ ନିରାକାରପୁର କଲେଜକୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାକୁ ଦାବୀ କରିବା ସହ ବିଳମ୍ବ ହେଲେ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଧମକ ଦେଇଥିବା ଜଣାପଡ଼ିଛି । ନିରାକାରପୁରଠାରେ ୧୯୫୯ ମସିହାରୁ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରି ଦୀର୍ଘ ଛଅ ଦଶନ୍ଧିରୁ ଉର୍ଦ୍ଧ ବିଜ୍ଞାନ, କଳା ଓ ବାଣିଜ୍ୟରେ ଗ୍ରାମାଳର ପିଲାମାନଙ୍କୁ ଉଚ୍ଚଶିକ୍ଷା ଆହୋରଣ କରାଇବାରେ ସୁନାମ ଅର୍ଜନ କରି ଆସୁଅଛି । ମାତ୍ର ମହାବିଦ୍ୟାଳୟ ନାମରେ ଜମି ପଟ୍ଟା ନ ଥିବା କାରଣରୁ ବିଶ୍ୱ ବ୍ୟାଙ୍କ, ରାଷ୍ଟ୍ରୀୟ ଉଚ୍ଚଶିକ୍ଷା ଅଭିଯାନ, ବିଶ୍ୱ ବିଦ୍ୟାଳୟ ଆୟୋଗ ଇତ୍ୟାଦିରୁ ସରକାରୀ ଆର୍ଥିକ ଅନୁଦାନ ପାଇବାରୁ ବଂଚିତ ହୋଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଆନୁସାଙ୍ଗିକ ବିକାଶ ହୋଇପାରୁନାହିଁ । ନିରାକାରପୁର ରାଜସ୍ୱ ଗ୍ରାମ ନନପଡ଼ା ମୈାଜାର ୮୪୨ ଖାତାରୁ ୧୨ଟି ପ୍ଲଟକୁ ମୋଟ ୧୦ ଏକର ସରକାରୀ ଜମିର ପଟ୍ଟା ପାଇବା ନିମନ୍ତେ ୧୯୮୯ ମସିହାରୁ ମହାବିଦ୍ୟାଳୟ ତରଫରୁ ବିଧିବଦ୍ଧ ଭାବରେ ଆବେଦନ କରାଯାଇ ଆଲିକେସନ କେସନଂ ୦୭/୧୯୮୯ ଦାୟର କରାଯାଇଛି । ଡ଼ିଆରଏମ କେସନଂ ୬/୯୦ ଅନୁସାରେ ଉକ୍ତ ଜମିର କିସମ ପରିବର୍ତର୍ନ କରାଯାଇ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟକୁ ଲିଜସୂତ୍ରେ ପଟ୍ଟା ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଅଦ୍ୟାବଧି ଜମିପଟ୍ଟା ପ୍ରଦାନ କରାଯାଇ ନାହିଁ । ଅପରପାଶ୍ୱର୍ରେ ୨୫/୧୧/୨୦୨୧ରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଗେଜେଟ ନୋଟିଫିକେସନ ଅନୁଯାୟୀ ମାର୍ଚ୍ଚ ୩ ତାରିଖ ୨୦୨୨ ଦିନ ରାଜ୍ୟର ବିଦ୍ୟାଳୟ, ଯୁକ୍ତ ଦୁଇ ଶିକ୍ଷା ଅନୁଷ୍ଠାନ ଓ ମହାବିଦ୍ୟାଳୟର ମୋଟ ୨ହଜାର ଶିକ୍ଷାଅନୁଷ୍ଠାନକୁ ରାଜ୍ୟ ସରକାର ବିନା ମୂଳ୍ୟରେ ୧୦ ଏକର ଲେଖାଁଏ ଜମି ପଟ୍ଟା ପ୍ରଦାନ କରାଯାଇଥିବା ଖବର ବିଭିନ୍ନ ଗଣମାଧ୍ୟମରୁ ଜଣାପଡ଼ିଛି ।ଦୁଃଖ ଓ ପରିତାପର ବିଷୟ ଏହି ତାଲିକାରେ ମଧ୍ୟ କ୍ଷେତ୍ରବାସୀ ଡ଼ିଏଭି ପୁରାତନ ମହାବିଦ୍ୟାଳୟ ପଟ୍ଟା ପାଇବାରୁ ଏ ପର୍ଯ୍ୟନ୍ତ ବିତ ରହିଛି । ତେଣୁ ନିରାକାରପୁର ଅଂଚଳର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ , ପୁରାତନ ଛାତ୍ର ସଂସଦ ତୁରନ୍ତ ଏହି ମହାବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏ ସଂପର୍କରେ ରାଜସ୍ୱ ବିଭାଗ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ,ଉପଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦାବୀ ପତ୍ର ଦିଆ ଯିବା ପାଇଁ ଆଜି ନିରାକାରପୁରରେ ଅନୁଷ୍ଠିତରେ ଏକ ବୈଠକରେ ରାଜନେତା, ବରିଷ୍ଠ ନାଗରିକ, ପୁରାତନ ଛାତ୍ର, ଶିକ୍ଷାବିତ ଓ ସାମ୍ବାଦିକମାନେ ଉପସ୍ତିତ ରହି ମତପ୍ରକାଶକରିଛନ୍ତି । ଆଜି ଏହି ବୈଠକରେ ପୂର୍ବତନ ସରପ ଲକ୍ଷ୍ମୀଧର ଆଚାର୍ଯ୍ୟ, ବରିଷ୍ଠ ନାଗରିକ ସଂଘ ସଂପାଦକ ଦୀନବନ୍ଧୁ କର, ପୂର୍ବତନ ସରପ ହୃଷିକେଶ ରାୁରାୟ, ସମାଜସେବୀ ମୃତ୍ୟୁଞ୍ଜୟ ପ୍ରଧାନ, ଯୁବ ବିଜେଡ଼ି ଜିଲ୍ଲା ସଂପାଦକ ପ୍ରଭାତ କୁମାର ସ୍ୱାଇଁ, ସର୍ବେଶ୍ୱର ପାହାଡ଼ାସିଂହ, ସୁରେନ୍ଦ୍ର କୁମାର ସାହୁ, ରାମକୃଷ୍ଣ ପଟ୍ଟନାୟକ, ରଞ୍ଜନ କୁମାର ଦାଶ, ଲକ୍ଷ୍ମୀଧର ସାମନ୍ତରାୟ, ଦିବାକର ରାଉରାୟ, ବିଶ୍ୱଭୂଷଣ ସାମନ୍ତରାୟ, ପ୍ରଦୀପ କୁମାର ବେହେରା, ତପନ କୁମାର ସଦାମନ୍ତସିଂହାର ପ୍ରମୁଖଙ୍କ ସମେତ ବହୁ ଭଦ୍ରବ୍ୟକ୍ତି ଉପସ୍ଥତି ରହିଥିଲେ । ଓଡ଼ିଶା ସମାଚାର