Thursday , September 29 2022
Home / ବିଶେଷ / ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ହେଲେ କଟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ

ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ହେଲେ କଟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ

କଟକ ସଦର ୨୩/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ମନ୍ତ୍ରୀ ମଣ୍ଡଳ ଅଦଳ ଵଦଳ ପରେ ଖାଲି ପଡିଥିବା ୩୦ ଟି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପଦବୀକୁ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି।୩୦ ଜିଲାରେ ୧୯ ଜଣ ମନ୍ତ୍ରୀ ଓ ୧୧ ଜଣ ବିଧାୟକଙ୍କୁ ଏହି ପଦବୀରେ ନୂତନ ନିଯୁକ୍ତି ମିଳିଥିବା ଜଣାଯାଇଛି।ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କୁ ନିଯୁକ୍ତି ମିଳିଛି। ଏହା ଜଣାପଡିଵା ପରେ କଟକ ଜିଲ୍ଲା ବିଜେଡ଼ି ମହଲରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published.