Wednesday , September 28 2022
Breaking News
Home / କୃଷି / ଖୋର୍ଦ୍ଧା ଜିଲ୍ଲା କୁକୁଡ଼ା ଚାଷୀଙ୍କ କୁକୁଡ଼ା କମ୍ପନୀ ବିରୁଦ୍ଧରେ ରଣହୁଙ୍କାର: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ

ଖୋର୍ଦ୍ଧା ଜିଲ୍ଲା କୁକୁଡ଼ା ଚାଷୀଙ୍କ କୁକୁଡ଼ା କମ୍ପନୀ ବିରୁଦ୍ଧରେ ରଣହୁଙ୍କାର: ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ

ନିରାକାରପୁର, ୨୩/୦୯/୨୦୨୨(ଓଡ଼ିଶା ସମାଚାର)-କୁକୁଡ଼ା କମ୍ପାନୀମାନଙ୍କର କୁକୁଡ଼ା ଚାଷୀ ମାରଣନୀତି ବିରୁଦ୍ଧରେ ଆଜି ଖୋର୍ଦ୍ଧା ଜିଲ୍ଲା କୁକୁଡ଼ା ଚାଷୀମାନେ ଜିଲ୍ଲାର ଜଙ୍କିଆ ମା ବଘେଇ ଠାକୁରାଣୀଙ୍କ ନିକଟରେ ମେଳି ହୋଇଛନ୍ତି । ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିବା ସହ ସଂପୃକ୍ତ କମ୍ପନୀମାନଙ୍କୁ ଏ ସମ୍ବନ୍ଧରେ ଅବଗତ କରାଯାଇଥିବା ଅନୁଷ୍ଠିତ ସମାବେଶରେ ପ୍ରକାଶ ପାଇଥିଲା । ଜିଲ୍ଲା କୁକୁଡ଼ା ଚାଷୀ ସଂଘର ସଭାପତି ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଚାଷୀମାନେ ନିଜେ ସ୍ୱାବଲମ୍ବୀଶୀଳ ହେବା ସହ କିଛି ପରିବାର ସଦସ୍ୟଙ୍କ ପ୍ରତିପୋଷଣ ନିମନ୍ତେ ବିଭିନ୍ନ କୁକୁଡ଼ା କମ୍ପନୀମାନଙ୍କ ଜରିଆରେ ସେମାନଙ୍କଠାରୁ କୁକୁଡ଼ା ଚିଆଁ ତଥା ଆବଶ୍ୟକୀୟ ଜିନିଷ ଗ୍ରହଣ କରି ୩୫ରୁ ୪୦ ଦିନ ମଧ୍ୟରେ କୁକୁଡ଼ାଗୁଡ଼ିକୁ ବଢାଇ ଗ୍ରୋଇଁ ଚାର୍ଜ ବାବଦକୁ କିଛି ଅର୍ଥ ପାଇ ରୋଜଗାରର ପନ୍ଥା ସୃଷ୍ଟି କରୁଛନ୍ତି । ଏହି କୁକୁଡ଼ା ରାଜ୍ୟ ଓ ରାଜ୍ୟ ବାହାରକୁ ଯୋଗାଇ ଦିଆଯାଉଥିବାବେଳେ କମ୍ପାନୀମାନେ ଭଲ ରୋଜଗାର କରୁଥିବା ଜଣାପଡ଼ିଛି । କିନ୍ତୁ ବେଳକୁ ବେଳ କମ୍ପାନୀମାନଙ୍କ ଶୋଷଣ ନୀତି , ମନୋମୁଖୀ ଓ ଦମନମୂଳକ କାର୍ଯ୍ୟ ପାଇଁ ଚାଷୀମାନେ ବାରମ୍ବାର କ୍ଷତି ସହୁଥିବା ସେମାନଙ୍କ ଅଭିଯୋଗରୁ ଜଣାପଡ଼ୁଛି । ତେଣୁ ଚାଷୀମାନେ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ କୁକୁଡ଼ା ଚାଷୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ସୃଷ୍ଟି ପାଇଁ ବିଭିନ୍ନ ଦାବି ରଖିଛନ୍ତି । କମ୍ପାନୀମାନେ ଗ୍ରୋଇଁ ଚାର୍ଜ ୬/୭ଟଙ୍କା ପରିବର୍ତେ ୧୨ଟଙ୍କା ଧାର୍ଯ୍ୟ କରିବା, ଫାର୍ମ ପରିଚାଳନା ପାଇଁ ଘର୍ଚ୍ଚ ବାବଦକୁ ଚିଆଁ ପିଛା ୬ଟଙ୍କା ଦେବା, ଉନ୍ନତମାନର ନିରୋଗ ଚିଆଁ ଓ ଦାନା ଯୋଗାଇଦେବା, ଓ୍ୟ÷ଷଧ ଓ ଭିଟାମିନ ଯୋଗାଇବାକୁ ଇଛାଧୀନ କରାଯିବା, ମୋଟାଲିଟି ୫%ରୁ ୧୦% କୁ ବୃଦ୍ଧି କରାଯିବା, କମ୍ପାନୀର ସେଲିଂ ବୋନସ ର ୫୦% ଫାର୍ମରମାନଙ୍କୁ ଦିଆଯିବା, କୁକୁଡ଼ାମାନଙ୍କୁ ବୀମାଭୁକ୍ତ କରିବା ଭଳି ବିଭିନ୍ନ ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇବା ସହ ଯଦି ଏହାର ସମାଧାନ ନ କରାାଯଏ ବାଧ୍ୟ ହୋଇ କୁକୁଡ଼ା ଚାଷୀ ରାଜରାସ୍ତାକୁ ଓହ୍ଲାଇବା ବୋଲି ଜଣାଇଛନ୍ତି । ଏହି ଜିଲ୍ଲସ୍ତରୀୟ କୁକୁଡ଼ା ଚାଷୀ ମେଳିରେ ମହେଶ୍ୱର ରାଉତରାୟ , ପ୍ରଶାନ୍ତ କୁମାର ଜେନା, ସୁଶାନ୍ତ କୁମାର ପଟ୍ଟନାୟକ, ଏସକେ ଜୋଇନୁଲ ହକ୍ , ଜାହିଦ ଲାଲପାହାଡ଼, ଅନ୍ତର୍ଯ୍ୟାମୀ ପାଇକରାୟ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.