Wednesday , September 28 2022
Breaking News
Home / ବ୍ୟବସାୟ ବାଣିଜ୍ୟ / କନ୍ଦରପୁର ଷ୍ଟେଟ ବ୍ୟାଙ୍କରେ କର୍ମଚାରୀଙ୍କ ମନମାନି, ଗ୍ରାହକ ସେବା ବିପର୍ଯ୍ୟସ୍ତ

କନ୍ଦରପୁର ଷ୍ଟେଟ ବ୍ୟାଙ୍କରେ କର୍ମଚାରୀଙ୍କ ମନମାନି, ଗ୍ରାହକ ସେବା ବିପର୍ଯ୍ୟସ୍ତ

କଟକ ସଦର ୨୩/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିଵା ଭାରତୀୟ ଷ୍ଟେଟ ଵ୍ୟାଙ୍କରେ କିଛିଦିନ ହେଲା ଲାଗି ରହିଥିବା କର୍ମଚାରୀଙ୍କ ମନମାନି ଯୋଗୁ ଗ୍ରାହକ ସେବା ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି।ପ୍ରକାଶ ଯେ ଵ୍ୟାଙ୍କରେ ନିମ୍ନ ମାନର ସେବା ପାଇଁ ବରିଷ୍ଠ ନାଗରିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ଅନ୍ୟ ଗ୍ରାହକ ମାନେ ପ୍ରତିଦିନ ନାହିଁ ନଥିଵା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ସେମାନଙ୍କୁ ପ୍ରାୟ ଗୋଟିଏ ଲେଖାଏଁ ଦିନ କାମ ପାଇଁ ଅପେକ୍ଷା କରିବାକୁ ପଡୁଛି।ଏହାର ସୁଧାର ପାଇଁ ଦାବି ହୋଇ ଆସୁଥିଲା ଵେଳେ ସେଥିପ୍ରତି ଦୃଷ୍ଟି ଦିଆ ଯାଉନଥିବାରୁ ଆଜି (ଶୁକ୍ରବାର) ବରିଷ୍ଠ ନାଗରିକମାନେ ଵ୍ୟାଙ୍କକୁ ଯାଇଁ ହଙ୍ଗାମା କରିଥିବା ଜଣାପଡିଛି।ଵ୍ୟାଙ୍କ ଉଚ୍ଚ କତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଵ୍ୟାଙ୍କକୁ ଅଚଳ କରିଦିଆଯିଵ ଵୋଲି ଗ୍ରାହକମାନେ ଚେତାବନୀ ଦେଇଥିବା ସୂଚନା ମିଳିଛି।

Leave a Reply

Your email address will not be published.