Wednesday , September 28 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ‘ଓଡ଼ିଶା ପର୍ଯ୍ୟଟନ ସେବା ବର୍ଗକୁ ପୁନର୍ଗଠନ ପାଇଁ ପ୍ରସ୍ତାବ

‘ଓଡ଼ିଶା ପର୍ଯ୍ୟଟନ ସେବା ବର୍ଗକୁ ପୁନର୍ଗଠନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର, ୨୩/୦୯/୨୦୨୨ (ଓଡ଼ିଶା ସମାଚାର)- ପର୍ଯ୍ୟଟନ କ୍ଷେତ୍ରକୁ ଉଚ୍ଚମାନର ପର୍ଯ୍ୟଟନ ବୃତିଧାରୀଙ୍କୁ ଆକର୍ଷଣ କରିବା ତଥା ପର୍ଯ୍ୟଟନକୁ ଏକ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍ ରେ ପରିଣତ କରିବା ଉଦ୍ଦେଶ୍ୟ ନେଇ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ‘ଓଡ଼ିଶା ପର୍ଯ୍ୟଟନ ସେବା’ ବର୍ଗକୁ ପୁନର୍ଗଠନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ରଖାଯାଇଛି। ସେହିପରି ରାଜ୍ୟ ସାରା ବିଛୁରିତ ହୋଇ ପଡ଼ିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ସୁପରିଚାଳନା ଏବଂ ପ୍ରଶାସନିକ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ପର୍ଯ୍ୟଟନ ଉପଖଣ୍ଡରେ ବିଭାଜନ କରାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ୭ଗୋଟି ପର୍ଯ୍ୟଟନ ଉପଖଣ୍ଡ (ରାଜ୍ୟ ମଧ୍ୟରେ) ବିଭକ୍ତ କରାଯିବା ଏବଂ ରାଜ୍ୟ ବାହାରେ ୧ଗୋଟି ପର୍ଯ୍ୟଟନସ୍ଥଳୀ ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି। ପ୍ରତ୍ୟେକ ପର୍ଯଟନ ଉପଖଣ୍ଡକୁ  ଜଣେ ଜଣେ ଓଡ଼ିଶା ପର୍ଯ୍ୟଟନ ସେବା ଅଧିକାରୀ, ଯେଉଁମାନେ କି ଯୁଗ୍ମ ନିର୍ଦ୍ଦେଶ ଅଥବା ଉପ ନିର୍ଦ୍ଦେଶକ ପାହ୍ୟା ର ଅଧିକାରୀଙ୍କ ଦ୍ୱାରା ପରିଚାଳନା ନିମନ୍ତେ ପ୍ରସ୍ତାବ ରଖାଯାଇଛି। ଓଡ଼ିଶାର ସମୁଦାୟ ୩୦ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଏହି ୭ଗୋଟି ପର୍ଯ୍ୟଟନ ଉପଖଣ୍ଡ ମଧ୍ୟରେ ରଖାଯାଇ ସୁପରିଚାଳନା ନିମନ୍ତେ ପ୍ରସ୍ତାବ ରଖାଯାଇଛି।

Leave a Reply

Your email address will not be published.