Wednesday , September 28 2022
Breaking News
Home / ବିଶେଷ / ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କର ଜଗତସିଂହପୁର ଜିଲ୍ଲା ଗସ୍ତ ଏବଂ ସମୀକ୍ଷା ବୈଠକରେ ଯୋଗଦାନ

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କର ଜଗତସିଂହପୁର ଜିଲ୍ଲା ଗସ୍ତ ଏବଂ ସମୀକ୍ଷା ବୈଠକରେ ଯୋଗଦାନ

ଜଗତସିଂହପୁର ୨୩/୦୯/୨୦୨୨(ଓଡ଼ିଶା ସମାଚାର)- ଆଜି ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଶ୍ରୀ ପ୍ରମୋଦ କୁମାର ମେର୍କାପ୍ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ୨୦୧୩ ଏବଂ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମ ୨୦୨୦ ଅନୁଯାୟୀ ଖାଦ୍ୟ ସୁରକ୍ଷା ଜନିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ନିରବଛିନ୍ନ ଉଦ୍ୟମ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ । ନିରନ୍ତର ଖାଦ୍ୟ ଏବଂ ପୃଷ୍ଟିକର ନିରାପତା ହାସଲ କରିବା ପାଇଁ ଓଡିଶା ରାଜ୍ୟ ଆୟୋଗର ଏହି ମିଶନରେ ରାଜ୍ୟ ସରକାର,ସ୍ଥାନୀୟ କର୍ତୃପକ୍ଷ,ହିତାଧିକାରୀ ମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ବୈଠକରେ ଖାଦ୍ୟ ଆୟୋଗର ପ୍ରସାସନିକ ଅଧିକାରୀ ଶ୍ରୀ ସମରେନ୍ଦ୍ର ଷଡଙ୍ଗୀ,ଉପ ବିଭାଗ ଅଧିକାରୀ ଶ୍ରୀ ଚନ୍ଦନ ଘଡିଆ ଯୋଗଦେଇ ଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ଜଗତସିଂହପୁର ଶ୍ରୀ ସଚ୍ଚିଦାନନ୍ଦ ସାହୁ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମେର୍କାପ ଏବଂ ସମସ୍ତ ପଦାଧିକାରୀଙ୍କୁ ସ୍ୱାଗତ କରିବା ସହ ପାଓାର ପଏଣ ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ୨୦୧୩ ସହିତ ଜଡିତ ଓ ତତ୍ ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ,ସାମାଜିକ ସୁରକ୍ଷା,ମହିଳା ଓ ଶିଶୁ ବିକାଶ,ସ୍ୱାସ୍ଥ୍ୟଏବଂ ପୋଷଣ,ବିଦ୍ୟାଳୟରେ ପୁଷ୍ଟିକର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା ହୋଇଥିଲା । ଭିଜିଲାନ୍ସ କମିଟି ଗଠନ,ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ସାମଗ୍ରୀର ଦର ପ୍ରଦର୍ଶନ, ଓଜନ ଓ ମାପରେ ଯେପରି ଠକେଇ ହେବ ନାହିଁ ,କିନ୍ନର ମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଅଙ୍ଗନବାଡୀ କେନ୍ଦ୍ରରେ ସବୁଜ ବଗିଚା,ଗର୍ଭବତୀ ମହିଳା ମାନଙ୍କ ପାଇଁ ପ୍ରତ୍ୟେକ ଘରେ ସଜନା,ଅମୃତଭଣ୍ଡା ଓ ଶାଗ ଲଗାଇବା ପାଇଁ ବ୍ୟବସ୍ଥା କରିବା ,ଶିଶୁ ଓ ପ୍ରସୂତି ମହିଳାଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ,ଟୀକାକରଣ,ଇମୁ୍ୟନାଇଜେସନ ସଂପର୍କରେ ଆଲୋଚନା ହୋଇଥିଲା । ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ,ଆଇ.ଏଫ୍.ଏ ଟାବ୍ଲେଟ୍ ବଣନ,ପିଲାଙ୍କୁ ଅଣ୍ଡା ପ୍ରଦାନ,ମମତା ଯୋଜନା,ମିଶନ ଶକ୍ତି,ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଭତା ସଂପର୍କରେ ସମୀକ୍ଷା ହୋଇଥିଲା । ଖାଦ୍ୟ ଆୟୋଗର ମାର୍ଗ ଦର୍ଶିକା ଅନୁସାରେ ଜିଲ୍ଲା ପ୍ରଶାସନ ସଠିକ୍ ଢଙ୍ଗରେ କାର୍ଯ୍ୟ ସଂପାଦନ କରୁଥିବାରୁ ଆୟୋଗ ସନ୍ତୋଷ ପ୍ରକାଶ କରିଥିଲେ । ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଏବଂ ଅଧିକାରୀମାନେ ସଅଁରା ଗ୍ରାମ ପଂଚାୟତରେ,ଅଙ୍ଗନବାଡୀ କେନ୍ଦ୍ର,କମୁ୍ୟନିଟି ନର୍ସରୀ,ମସରୁମ୍ ୟୁନିଟ୍,ନ୍ୟୁଟ୍ରି ଗାର୍ଡେନ ଓ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରି ଗୁରୁତର ଭାବେ ଅପପୁଷ୍ଟି ପିଲାମାନଙ୍କ ନିମନ୍ତେ ସମସ୍ତ ସୁବିଧା ପଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ । ପରେ ନଚ୍ଛିପୁର ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୀକ୍ଷା ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.କ୍ଷେତ୍ରବାସୀ ଦାଶ,ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନିଲ୍ କୁମାର ନାୟକ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସ୍ୱର୍ଣ୍ଣ ମଂଜରୀ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଜଂନ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.