Tuesday , September 27 2022
Breaking News
Home / ବିଶେଷ / ଆସୁଛି ଦଶହରା, ଶିଳତପୀ ଙ୍କ ସ୍ପର୍ଷ ରେ ମୃଣ୍ମୟ ମୂର୍ତି 

ଆସୁଛି ଦଶହରା, ଶିଳତପୀ ଙ୍କ ସ୍ପର୍ଷ ରେ ମୃଣ୍ମୟ ମୂର୍ତି 

ଗରଦପୁର୨୩/୦୯/୨୦୨୨(ଓଡ଼ିଶା ସମାଚାର)- ଦୁଇ ବର୍ଷ ପରେ ମହାମାରୀ କରୋନା କଟକଣା ହଟିଛି । ମା ଦୂର୍ଗାଙ୍କ ଦଶହରା ପୂଜା ମୁକ୍ତ ଭାବରେ ଆୟୋଜିତ ହେଉଛି । ଶିଳ୍ପି ଙ୍କ ସ୍ପର୍ଶରେ ମୃଣ୍ମୟ ମୂର୍ତିରେ ମା ଙ୍କ ଆଗମନ ବେଶ୍ ବାରିହୋଇ ପଡ଼ିଲାଣି । ଶରତ ଋତୁ ପାର୍ବଣର ଶୀତଳ ପରସରେ ପୂଜା ମଣ୍ଡପରେ ମା ଙ୍କ ଆବିର୍ଭାବ ହେବାକୁ ଯାଉଛି । ସେଥିପାଇଁ ସାରା ଅଂଚଳରେ ଧର୍ମିୟ ଭାବନା ସୃଷ୍ଟି ହେବା ସହ ମା ଙ୍କ ଆଶିଷ ପାଇଁ ସମସ୍ତେ ଯେମିତି ଚାତକ ଭଳି ଚା÷ିଁ ରହିଛନ୍ତି । ଶିଳ୍ପି ଏକା ଲୟରେ କେଉଁଠି ମା ଙ୍କ ମୃଣ୍ମୟ ମୂର୍ତିରେ ଦୋ ମାଟିଆ ସାରି ଖଡ଼ିଦେଇ ମା ଙ୍କ ଆଗମନ ପାଇଁ ଚଳ ଚଂଚଳ ହୋଇ ପଡ଼ିଛନ୍ତି ତ କେଉଁଠି ଶେେ ସ୍ପର୍ଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପଟେ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ମଚଜା ବନ୍ଦ ଥିବାରୁ ଚଳିତ ବର୍ଷ ପାଇଁ ପୂଜା କମିଟି ଙ୍କ ମନରେ ବହୁତ ଆଗ୍ରହ ପ୍ରକାଶ ପାଇଛି । ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ କେଉଁଠି ଆକର୍ଷଣିୟ ତୋରଣ ଆଲୋକ ସହ ଅିସବାଜି ପ୍ରତିଯୋଗିତା ତ ତଳକୁସୁମା ପୂଜା ମଣ୍ଡପରେ ପ୍ରତି ବର୍ଷ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ , ନାଟକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ସରିଛି । ଏହାଛଡ଼ା ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି । କଳାବୁଦା ଠାରେ ସାମୂହିକ ପୂଜା ଭଷାଣି ଉତ୍ସବ ପାଇଁ ବ୍ୟାପକ ବ୍ୟବସ୍ଥା ଆରମ୍ଭ ହୋଇଛି ।  ଏହି ପୂଜାକୁ ମହା ଆଡ଼ମ୍ବର ଓ ଶାନ୍ତି ଶୃଙ୍ଖଂଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି । ବିଭିନ୍ନ ପୂଜା କମିଟି ଶାନ୍ତି କମିଟି ଗଠନ କରିଛନ୍ତି । ଚଳିତ ବର୍ଷ ଗରଦପୁର ବ୍ଲକ୍ ରେ ୨୧ ଟି ପୂଜା ମଣ୍ଡପରେ ଦଶଭୂଜା ମହାମାୟୀ ଦୂର୍ଗତି ନାଶିନୀ ମା ଦୂର୍ଗାଙ୍କ ପୂଜାର୍ଚନା କରାଯିବା ନେଇ ଆୟୋଜକ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।

Leave a Reply

Your email address will not be published.