Thursday , September 29 2022
Home / ଶିକ୍ଷା / ୫ଟି ରୂପାନ୍ତରୀକରଣ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଗୁଡିକ ପରିଦର୍ଶନ କଲେ କଟକ ସଦର ବିଧାୟକ

୫ଟି ରୂପାନ୍ତରୀକରଣ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଗୁଡିକ ପରିଦର୍ଶନ କଲେ କଟକ ସଦର ବିଧାୟକ

ନିଶ୍ଚିନ୍ତକୋଇଲି,୨୨/୦୯/୨୦୨୨ (ଓଡିଶା ସମାଚାର /ଅଭୟ ଜେନା) – ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟକ ସଦର ନିର୍ବାଚନ ମଣ୍ଡଳୀ ର ଜନାର୍ଦ୍ଦନ ପୁର ଓ କଳମିଶ୍ରି ପଞ୍ଚାୟତ ରେ କାର୍ୟ୍ୟକାରୀ ହେଉଥିବା୫ଟି ରୂପାନ୍ତର କାର୍ୟ୍ୟ ନିମନ୍ତେ,  ତିନି ଟି ବିଦ୍ୟାଳୟ ର ପରିଦର୍ଶନ କରିଛନ୍ତି କଟକ ସଦର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା । ପ୍ରଥମେ ବଳରାମ ପୁର ବିଦ୍ୟାପୀଠ ପରିଦର୍ଶନ କରିବା ପରେ ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ରୂପାନ୍ତରୀକରଣ ସଂକ୍ରାନ୍ତ ରେ ସବିଶେଷ ଆଲୋଚନା କରିଥିଲେ । ଛାତ୍ର  ଛାତ୍ରୀ ମାନଙ୍କୁ ଉଚ୍ଚ ମାନର ସୁବିଧା ସୁଯୋଗ ଥିବା ବିଦ୍ୟାଳୟ ଗୁଡିକ ଭଳି ଗ୍ରାମାଞ୍ଚଳ ରେ ଥିବା ବିଦ୍ୟାଳୟ ଗୁଡିକରେ ସମାନ ସୁବିଧା ଯୋଗାଇ ଦେବା ମୁଖ୍ୟମନ୍ତ୍ରୀ ଙ୍କ ୫ଟି ରୂପାନ୍ତରୀ କରଣ ଲକ୍ଷ୍ୟ ବୋଲି ବିଧାୟକ ପ୍ରକାଶ କରିଥିଲେ । ବିଧାୟକ ଙ୍କ ସହ ନିଶ୍ଚିନ୍ତକୋଇଲି ବିଇଓ ଲକ୍ଷ ହୀରା ଲାବଣ୍ୟ ବତୀ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପଣ୍ଡା, ସହକାରୀ ଯନ୍ତ୍ରୀ ବିଜୟ କୁମାର ସେଠି, ଅନାମ ଚରଣ ବିଶ୍ୱାଳ,ଯନ୍ତ୍ରୀ ସରୋଜ ସାହୁ, ପ୍ରଧାନ ଶିକ୍ଷକ ଦେବ ପ୍ରସାଦ କର ପ୍ରମୁଖ ସ୍କୁଲ ର ପାରିପାର୍ଶ୍ଵିକ ସ୍ଥିତି, ବିଧାୟକ ଙ୍କୁ ବୁଲାଇ ଦେଖାଇଥିଲେ ।ଏହି ପରିଦର୍ଶନ ସମୟରେ ବିଜେଡି ପର୍ୟ୍ୟବେକ୍ଷକ ରମେଶ ସ୍ୱାଇଁ, ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ ନାୟକ,  ଜନାର୍ଦ୍ଦନ ପୁର ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ ବେହେରା, ସ୍କୁଲ ପରିଚାଳନା କମିଟି ସଭାପତି ରମେଶ ବେହେରା, ବିଦ୍ୟାଳୟ ର ଶୁଭେଛୁ ଧନୁର୍ଦ୍ଧର ସାହୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଂଶୀଧର ବେହେରା, ଅଜିତ କୁମାର ସାହୁ ଙ୍କ ସମେତ ଗ୍ରାମବାସୀ ଯୋଗ ଦେଇଥିଲେ । ପରେ ବିଧାୟକ ଶ୍ରୀ ବେହେରା କଳମିଶ୍ରି ପଞ୍ଚାୟତ ଅନଂତେଶ୍ୱର ବିଦ୍ୟାପୀଠ ପରିଦର୍ଶନ କରିଥିଲେ ।

Leave a Reply

Your email address will not be published.