Thursday , September 29 2022
Home / ବିଶେଷ / ରଘୁନାଥପୁର ବ୍ଲକ୍ ରେ ଅହିଂସା ରଥକୁ ପରିଚାଳନା କରିବା ପାଇଁ ପ୍ରସ୍ତୁତି ବୈଠକ 

ରଘୁନାଥପୁର ବ୍ଲକ୍ ରେ ଅହିଂସା ରଥକୁ ପରିଚାଳନା କରିବା ପାଇଁ ପ୍ରସ୍ତୁତି ବୈଠକ 

ରଘୁନାଥପୁର, ୨୨/୦୯/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟର ସମସ୍ତ ଜିଲାରେ ବୁଲୁଥିବା ଅହିଂସା ରଥକୁ ରଘୁନାଥପୁର ବ୍ଲକ୍ ର ବିଭିନ୍ନ ପଂଚାୟତରେ ବୁଲିବା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ସମ୍ମିଳନୀ କକ୍ଷରେ ବିଡ଼ିଓ ଲମ୍ବୋଦର ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତିର୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ତହସିଲଦାର ରୂପାଲିକା ଦାଶ, ବ୍ଲକ୍ ଅଧ୍ୟକ୍ଷା ଶ୍ରମତୀ ଲକ୍ଷ୍ମୀ ବେହେରା, ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ରଘୁନାଥପୁର ଥାନା ଅଧିକାରୀ ରାଜ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୨୬ ତାରିଖ ସୋମବାର ସନ୍ଧ୍ୟାରେ ଛପଡ଼ା ପଂଚାୟତର ଜଇପୁର ଠାରେ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ତାରପୁର, ବର୍ତି, ପୁରଣ ଓଡ଼ପଡ଼ା, ଗୋପାଳପୁର ଓ ରଘୁନାଥପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିର ରେ ରାତି୍ରି ରହଣି ପାଇଁ ସ୍ଥିର କରାଯାଇଛି । ସେହିପରି ୨୭ ତାରିଖ ମଙ୍ଗଳବାର ବ୍ଲକ୍ ର ବିଭିନ୍ନ ପଂଚାୟତ ଗସ୍ତ କରାଯିବା ପରେ ସନ୍ଧ୍ୟାରେ ରଥ କୁ ବିଦାୟ ଦିଆଯିବ । ଏହି ବୈଠକରେ ରଘୁନାଥପୁର ମେଡ଼ିକାଲ ଅଫିସର ସୁକାନ୍ତ ଦଳେଇ, ବିଏସଏସଓ ସନ୍ତୋଷ କୁମାର ପଣ୍ଡା, ଏବିଡ଼ିଓ ଅଶୋକ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିର ର ପ୍ରଧାନ ଶିକ୍ଷୟିତ୍ରୀ ଓ ଲାଇନ୍ ଡ଼ିପାର୍ଟମେଂଟର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ବିପିଏମ କଳ୍ପନା ଦଳେଇ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.