Thursday , September 29 2022
Home / ବିଶେଷ / ଭୁବନ ଏନଏସି ତରଫରୁ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର

ଭୁବନ ଏନଏସି ତରଫରୁ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର

ଭୁବନ,୨୨/୦୯/୨୦୨୨(ଓଡ଼ିଶା ସମାଚାର)-ଭୁବନ ଏନଏସି ତରଫରୁ ସଦଭାବନା ଗୃହଠାରେ ସ୍ୱଚ୍ଛଭାରତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସବୁଜ ସୁନ୍ଦର କରି ଗଢିତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର  ପରିଷଦର ସମସ୍ତ ୱାର୍ଡ ମଧ୍ୟରେ ସ୍ୱଚ୍ଛସାଥୀ ମାନଙ୍କ କର୍ତବ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସ୍ୱଚ୍ଛସାଥୀ ମାନେ ଦୈନିକ ପ୍ରତ୍ୟେକ ଗୃହରୁ ଶୁଖିଲା , ଓଦା ବର୍ଜ୍ୟ ଅଲଗା ସଂଗ୍ରହକରି ଅଳିଆ ଗାଡିରେ ଦେବାକୁ ନିର୍ଦ୍ଧେଶ ଦେଇଥିଲେ । ଏହି ବର୍ଜ୍ୟବସ୍ତୁ ଦ୍ୱାରା ଏନଏସିରେ ଥିବା ଦୁଇଟି ସମ୍ପଦ୍ ରୁ ଜୈବିକ ଖତ ପ୍ରସ୍ତୁତ ହୋଇ ବିକ୍ରି କରାଯିବ ବୋଲି କହିଥିଲେ ।  ପ୍ରତ୍ୟେକ ୱାର୍ଡର ପରିମଳବ୍ୟବସ୍ଥା ଓ ସଂଧ୍ୟାରେ ଆଲୋକ ବ୍ୟବସ୍ଥା ସହିତ ୟୁଜର୍ସ ଫି ଆଦାୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସାନିଟାରୀ ଇନ୍ସପେକ୍ଟର ଆକାଶବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର , ସ୍ୱଚ୍ଛସାଥୀ, ସୁପର ଭାଇଜର ଓ ସ୍ୱଚ୍ଛକର୍ମୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.