କଟକ, ୨୨/୦୯/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଆଜି ବିଜୁ ଛାତ୍ର ଜନତା ଦଳ , ଓଡ଼ିଶା ତରଫରୁ କଟକ ସର୍କିଟ୍ ହାଉସ୍ ଠାରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜ୍ୟର ୨ ଗୋଟି ପ୍ରମୁଖ ବିଶ୍ଵବିଦ୍ୟାଳୟ ଯଥା: ‘୧.ରେଭେନ୍ସା ବିଶ୍ଵବିଦ୍ୟାଳୟ ଓ ୨.ମଧୁସୂଦନ ଆଇନ ବିଶ୍ଵବିଦ୍ୟାଳୟ’ ଏବଂ ୪ ଗୋଟି ମହାବିଦ୍ୟାଳୟ ଯଥା: ‘୧. ଜାତୀୟକବି ବୀରକିଶୋର ସରକାରୀ ମହାବିଦ୍ୟାଳୟ, କଟକ ୨. ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ, ଜଗତପୁର, ୩. ଚୌଦ୍ୱାର ସ୍ନାତକ ମହାବିଦ୍ୟାଳୟ, ଚୌଦ୍ୱାର, ୪. କଟକ ମହାବିଦ୍ୟାଳୟ, ବିଦ୍ୟାଧରପୁର’ ଗୁଡ଼ିକରେ ନୂତନ “କ୍ୟାମ୍ପସ୍ କମିଟି” ଗଠନ କରାଯିବା ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଂଜନ ତ୍ରିପାଠୀ
ଙ୍କ ସମେତ ବହୁ ରାଜ୍ୟ, ଜିଲ୍ଲା ଓ ଜୋନ୍ ସ୍ତରୀୟ ଯୁବ-ଛାତ୍ର ନେତୃବୃନ୍ଦ, କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଗଣ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ‘କଲେଜ କ୍ୟାମ୍ପସ୍ କମିଟି’ର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବା ସହ ଚୟନ ହୋଇଥିବା ଏହାର ନୂତନ ସଦସ୍ୟ / ସଦସ୍ୟା ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଛାତ୍ର ସଂଗଠନକୁ ବ୍ୟାପକ କ୍ରିୟାଶୀଳ କରି ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସଶକ୍ତ ଓଡ଼ିଶା ଗଠନ ପରିକଳ୍ପନାକୁ ସଫଳ ରୂପାୟନ କରିବା ଦିଗରେ ଛାତ୍ର ସମାଜ ଦୃଢ଼ ପ୍ରତିଜ୍ଞାବଦ୍ଧ ହେବାକୁ ଆହ୍ୱାନ କରିଥିଲେ।