Thursday , September 29 2022
Home / ବିଶେଷ / ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧିଯୋଗୁ ଚୋରି ଉଦ୍ୟମ ବିଫଳ – –

ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧିଯୋଗୁ ଚୋରି ଉଦ୍ୟମ ବିଫଳ – –

ବନ୍ଧୁକ ନାଁ ଶୁଣି ଚୋର ଚମ୍ପଟ ଛୁ ମାରିଲା – –
ଭୁବନେଶ୍ୱର, ୨୨/୦୯/୨୦୨୨ (ଓଡ଼ିଶା ସମାଚାର)- ଘର ମାଲିକଙ୍କ ଉପସ୍ଥିତ ବୁଦ୍ଧିଯୋଗୁ ଚୋରି ଉଦ୍ୟମ ବିଫଳ ହୋଇଛି । ଖୋଦ ରାଜଧାନୀରେ ଏଭଳି ଘଟଣା ଘଟିଛି । ଭୁବନେଶ୍ବରର ଭିଏସଏସ୍ ନଗରରେ ଗତକାଲି ବିଳମ୍ବିତ ରାତିରେ ଏକ ଘର ଝରକା ଭାଙ୍ଗି ଚୋର ପଶିଥିଲେ । ଗୋଟିଏ ଘରେ କବାଟ ବନ୍ଦ କରି ଅନ୍ୟ ଘରେ ଚୋରି କରୁଥିଲେ । ତେବେ ଘର ମାଲିକର ଉପସ୍ଥିତ ବୁଦ୍ଧିଯୋଗୁ ଚୋରି ଉଦ୍ୟମ ବିଫଳ ହୋଇଛି । ବନ୍ଧୁକ ନାଁ ଶୁଣି ଚୋର ଚମ୍ପଟ ମାରିଥିଲା ।
ଘରେ ଚୋର ପସିଥିଲେ । ତେବେ କିଛି ଶବ୍ଦ ଶୁଣି ଘର ମାଲିକ ଉଠିପଡ଼ିଥିଲେ । ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଘର ମାଲିକ ପ୍ରବେଶ କୁମାର ସାହୁ ବନ୍ଧୁକ ଆଣିବା ନେଇ ମିଛରେ କହିଥିଲେ । ମାଲିକଙ୍କ ବନ୍ଧୁକ ଶବ୍ଦ ଚୋରଙ୍କ କାନରେ ବାଜିବା ମାତ୍ରେ ଛୁ ମାରିଥିଲେ । ଏସବୁ ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସହିଦନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଓଡ଼ିଶା ସମାଚାର

 

Leave a Reply

Your email address will not be published.