Thursday , September 29 2022
Home / Uncategorized / ଓଡ଼ିଶାର ଗବେଷଣାତ୍ମକ ଇତିହାସ ପ୍ରଣୟନରେ ନବୀନ ସାହୁଙ୍କ ଅବଦାନ ଅବିସ୍ମରଣୀୟ

ଓଡ଼ିଶାର ଗବେଷଣାତ୍ମକ ଇତିହାସ ପ୍ରଣୟନରେ ନବୀନ ସାହୁଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର,୨୨/୦୯/୨୦୨୨(ଓଡ଼ିଶା ସମାଚାର)-ଓଡ଼ିଶାର ପ୍ରାଚୀନ ଇତିହାସକୁ ଅନୁଶୀଳନ ପୂର୍ବକ ତଥ୍ୟଭିତିିକ ଭବେଷଣାତ୍ମକ ଓଡ଼ିଶା ଇତିହାସ ରଚନା ସହିତ ବହୁ ଲୁକାୟିତ ତଥ୍ୟକୁ ଲୋକଲୋଚନକୁ ଆଣି ଆଗାମୀ ଦିନର ଗବେଷକମାନଙ୍କ ପାଇଁ ଇତିହାସ ଓ ପ୍ରତ୍ନତାତ୍ୱିକ ଗବେଷଣା ବିକଶିତ କରିବା କ୍ଷେତ୍ରରେ ପ୍ରଫେସର ନବୀନ କୁମାର ସାହୁଙ୍କ ଅବଦାନ ଅତୁଳନୀୟ ବୋଲି ଆଜି ତାଙ୍କ ୧୨୦ତମ ଜୟନ୍ତୀ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି  । ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଭାସ୍କରର ମୁଖ୍ୟ ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, ସମ୍ମାନିତ ବକ୍ତାଭାବେ ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଜିତାଶତ୍ରୁ ମହାନ୍ତି ଯୋଗଦେଇ ନବୀନ କୁମାର ସାହୁ ଦୀର୍ଘ ବର୍ଷ ଧରି ସମାଜ ସହିତ ବିଭିନ୍ନ ଖବରକାଗଜରେ ନିୟମିତ ଭାବେ ଐତିହାସିକ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରି ଜନସାଧାରଣଙ୍କ ନିକଟରେ ଇତିହାସର ଲୁକ୍କାୟିତ ତଥ୍ୟ ପହଂଚାଉଥିଲେ ତାଙ୍କ ଜୟନ୍ତୀ ପାଳନ ନିଶ୍ଚିତଭାବେ ପୂଜ୍ୟପୂଜା କ୍ଷେତ୍ରରେ ଏକ  ଶୁଭସୂଚନା ବୋଲି ମତ ଦେଇ ପୂଜ୍ୟପୂଜାକୁ ଆଗେଇ ନେବାକୁ ସମସ୍ତେ ସମ୍ମିଳିତ ଉଦ୍ୟମ କରିବା ଦରକାର  । ଅନ୍ୟମାନଙ୍କ ମଧ୍ୟରେ ଗ୍ରନ୍ଥାଗାରିକ ସଂଘମିତ୍ରା ସାହୁ, ରୁଦ୍ର ପ୍ରସାଦ ବେହେରା, ପଦ୍ମନାଭ ଜେନା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, କଣ୍ଠମଣି ବିଶ୍ୱାଳ, ମଞ୍ଜୁରାଣୀ ମୁଦୁଲି ଆଲୋଚନାରେ ଭାଗ ନେଇଥିବା ବେଳେ ଉପେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published.