Thursday , September 29 2022
Home / ଶିକ୍ଷା / ୫-ଟି ରେ ରୂପାନ୍ତରିତ ୫ ଟି ହାଇସ୍କୁଲର ସ୍ଥିତି ଅନୁଧ୍ୟାନ କଲେ ସଦର ବିଧାୟକ

୫-ଟି ରେ ରୂପାନ୍ତରିତ ୫ ଟି ହାଇସ୍କୁଲର ସ୍ଥିତି ଅନୁଧ୍ୟାନ କଲେ ସଦର ବିଧାୟକ

କଟକ ସଦର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଵ୍ଲକ ଅନ୍ତର୍ଗତ ୫-ଟି ରେ ରୂପାନ୍ତରିତ ହୋଇଥିବା ୫ ହାଇସ୍କୁଲକୁ ଆଜି (ବୁଧବାର) କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯାଇଁ ସ୍ଥିତି ଅନୁଧ୍ୟାନ କରିଵା ସହିତ କାର୍ଯ୍ୟର ଅଗ୍ରଗତି ଓ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡିଛି। ଵିଧାୟକ ଶ୍ରୀ ବେହେରା ପରିଦର୍ଶନ କରିଥିବା ବିଦ୍ୟାଳୟ ମାନଙ୍କ ମଧ୍ୟରେ ସିଦ୍ଧେଶ୍ୱରପୁର ଗୋପାଳ ସ୍ମୃତି ଵିଦ୍ୟାପୀଠ,ଅଥଙ୍ଗା ଚିନ୍ତାମଣି ସ୍ମୃତି ଵାଳିକା ବିଦ୍ୟାଳୟ, ଆୟତପୁର ଆଦର୍ଶ ବିଦ୍ୟାଳୟ,ଵିରିଵାଟି ରତ୍ନାକର ବିଦ୍ୟାମନ୍ଦିର ଓ ରାମକୁମାରପୁର ନାହାକାଣି ବିଦ୍ୟାଳୟ ଅନ୍ୟତମ। ଵିଧାୟକଙ୍କ ସହିତ ଵିଡିଓ ରାଜୀଵ ଲୋଚନ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଵିକାଶ ଭୂୟାଁ,ସଦର ବ୍ଲକ ଉପାଧ୍ୟକ୍ଷା ଅମ୍ଵିକା ପାତ୍ର,ପୂର୍ଵତନ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା,ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ବ୍ଲକ୍ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି,ଯୁଵ ବିଜେଡି ସଭାପତି ହିମାଂଶୁ ଦାସଙ୍କ ସମେତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.