Thursday , September 29 2022
Home / ଶିକ୍ଷା / ସାଲେପୁର ରେ ଗଣିତ ଶିକ୍ଷଣ ଉଦ୍ୟାନ

ସାଲେପୁର ରେ ଗଣିତ ଶିକ୍ଷଣ ଉଦ୍ୟାନ

ସାଲେପୁର, ୨୧/୦୯/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ବ୍ଲକ ଅନ୍ତର୍ଗତ କୁସଂଵି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରକଳ୍ପ, ଖାନ ନଗର ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାରେ ସ୍ଥାନ ପାଇଥିବା ୧୫୧ପ୍ରକଳ୍ପ ମଧ୍ୟରୁ ମନୋନୀତ ହୋଇ ଜାତୀୟ ସ୍ତରକୁ ଉନ୍ନୀତ ହୋଇଛି । ଏହି ଅବସରରେ ଅଷ୍ଟମ ଶ୍ରେଣୀ ଛାତ୍ର ମହମ୍ମଦ ୟାସୀର ଜମିର, ବିଜ୍ଞାନ ଶିକ୍ଷୟିତ୍ରୀ, ଗୀତା ରାଣୀ ଦେଈ, ପ୍ରଧାନ ଶିକ୍ଷୟିତ୍ରୀ ସ୍ମୃତି ମଞ୍ଜରୀ ସ୍ୱାଇଁ ଙ୍କୁ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଇଓ ଜଗବନ୍ଧୁ ଶତପଥୀ ଙ୍କ ସମେତ କାର୍ୟ୍ୟକର୍ତା, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଗୁରୁବାର ମଣ୍ଡଳ ସ୍ଥରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ ବୋଲି ବିଇଓ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.