ଗରଦପୁର, ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ସମ୍ବାଦ ସାହିତ୍ୟ ଘରର ବର୍ଷିଆନ ବିପ୍ଲବୀକବି ନୀରଂଜନ ଦାଶ ଙ୍କର ଦ୍ୱାଦଶାହ ତିରୋଧାନ ଦିବସରେ ନଇନ୍ଦିପୁର – ପତିସାହିସ୍ଥିତ ତାଙ୍କ ବାସ ଭବନରେ ଏକ ସ୍କୃତି ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଆୟେଜିତ ସ୍ମୃତି ଚାରଣ ଉତ୍ସବରେ ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି ପୌରହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ମେଜର ଭରତ ଜେନା ଓ ସମ୍ମାନୀତ ଅତିଥି ଭାବେ କବି କୁଂଜ ବିହାରୀ ପାଣି, ନବଘନ ନାୟକ, ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ବାରିକଙ୍କ ସମେତ ଗରଦପୁର ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଶିଶିର କୁମାର ପରିଡ଼ା, ପ୍ରସନ୍ନ ଦାଶ, ମରୋତମ ପତି, ଅରୁଣ କୁମାର ପଣ୍ଡା, ଅରୁଣ ପତି ,ଗ୍ରାମ ମୁରବୀ କୁଳମଣି ସାମଲ, ମାଧବ ଚରଣ ସ୍ୱାଇଁ, ଭଣଜା ପ୍ରଭାକର ପାଣି , ପୁତ୍ର ଭାନୁ ପ୍ରତାପ ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶ ,କାଧାରରେ ଜଣେ ବିପ୍ଳବୀ କବି , ସାଧାରଣ ଜନତା ଙ୍କ ପାଇଁ ଜଣେ ସଂଗ୍ରାମୀ ମଣିଷ , ସ୍ୱାଭିମାନୀ ଓ ପରୋପକାରୀ ଭାବରେ ମନେ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ତାଙ୍କ ଫଟ ଚିତ୍ରରେ ପୁଷ୍ପ ଗୁଛ ଦେଇ ଗୀତା ପଠନ, ଭଜନ କୀର୍ତନ ଓ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ପରିଶେଷରେ ପୁତ୍ର ଭାନୁ ପ୍ରତାପ ଦାଶ ଧନ୍ୟବାଦ ଦେଇଥିଲେ । ଉଲେଖନୀୟ ଏହିକି ଚକବନ୍ଦି ରେ ଚାକିରୀ କରି ଟ୍ରେଡ଼ ୟୁନିଅନ ନେତା ଭାବରେ ସହକର୍ମ ମାନଙ୍କ ହକ୍ ପାଇଁ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ଚାକିରୀ ଛାଡ଼ି ଦେଇଥିଲେ । ଗରଦପୁର ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଭାବରେ ବୈପ୍ଲବିକ କବିତାମାନ ଲେଖୁଥିଲେ । ଓଡ଼ିଶା ସମାଚାର