ରଘୁନାଥପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ଙ୍କ ତତ୍ୱାବଧାନରେ ବ୍ଲକ୍ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଲମ୍ବୋଦର ଖୁଂଟିଆ, ଏବିଡ଼ିଓ ଅଶୋକ କୁମାର ମହାନ୍ତି, ଡ଼ିଏସଏସଓ ସନ୍ତୋାଷ କୁମାର ପଣ୍ଡା ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୋଗଦେଇ ୦ ରୁ ୧୮ ବର୍ଷ ପିଲାମାନଙ୍କର ସୁରକ୍ଷା, ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ , ବାଲ୍ୟ ବିବାହ ନିରୋଧ ଓ ସହଭାଗିତା ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ଶିଶୁଙ୍କୁ ଶାରିରୀକ ଓ ମାନସିକ କ୍ଷେତ୍ରରେ ସୁଦୃଢ଼ କରିବା ସହିତ ବୟସ ଅନୁଯାୟୀ ସଂସ୍କାର ଦେବା ଉଚିତ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ଥାନା, ମେଡ଼ିକାଲ ର ଷ୍ଟାଫ ଓ ବିଭିନ୍ନ ପଂଚାୟତର ସରପଂଚମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର