Saturday , December 3 2022
Breaking News
Home / ବିଶେଷ / ମିଶନ ଶକ୍ତି ମା’ ମାନଙ୍କୁ ୩ କୋଟି ୬୯ ଲକ୍ଷ ଟଙ୍କା ଋଣ ପ୍ରଦାନ

ମିଶନ ଶକ୍ତି ମା’ ମାନଙ୍କୁ ୩ କୋଟି ୬୯ ଲକ୍ଷ ଟଙ୍କା ଋଣ ପ୍ରଦାନ

କଟକ ସଦର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵ୍ଲକରେ ଆଜି (ବୁଧବାର) ଵ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ସଂଯୋଜକ ଶରତ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ ଗୋଟି ଵ୍ୟାଙ୍କ ଦେଇଥିବା ୩ କୋଟି ୬୯ ଋଣକୁ ୪୫ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ପ୍ରଦାନ କରିଥିଲେ। ଏଥିରେ ଵିଡିଓ ରାଜୀଵ ଲୋଚନ ପରିଡ଼ା,ଏଵିଡିଓ ଝାଡେଶ୍ୱର ଦାସ,ଭାରପ୍ରାପ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅମ୍ଵିକା ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,ସିଡିପିଓ ରଶ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଋଣ ଟଙ୍କାକୁ ଉଚିତ୍ ମାର୍ଗରେ ବିନିଯୋଗ କରି ସ୍ବାବଲମ୍ବୀ ହେଵାକୁ ଋଣ ନେଇଥିବା ଗୋଷ୍ଠୀ ମାନଙ୍କୁ ବିଧାୟକ ଶ୍ରୀ ବେହେରା ଭାଷଣରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.