Thursday , September 29 2022
Home / ବିଶେଷ / ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ  – –

ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ  – –

କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ରାଜ ଭବନ ସମ୍ମୁଖରେ ଗଣ ଧାରଣା ୨୮ ରେ

ଗରଦପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିଛି । ସମାଜର ବିଭିନ୍ନ ବର୍ଗର ଲୋକମାନେ ଏକାଠି ହୋଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋର ଦେଇ ଆସୁଛନ୍ତି । ସେଥିପାଇଁ  ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଜନ ସଚେତନତା ସହିତ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ରାଜ ଭବନ ସମ୍ମୁଖରେ ଗଣ ଧାରଣା ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିପାଇଁ ଜିଲାର ବିଭିନ୍ନ ବ୍ଲକ୍ ରେ ପ୍ରସ୍ତୁତି ଚାଲିଥିବାବେଳେ ମାର୍ଶାଘାଇ ଓ ଗରଦପୁର ବ୍ଲକ୍ କୁ ନେଇ ସ୍ଥାନୀୟ କାମେଶ୍ୱର ମହାଦେବ ପିଠରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ  କମିଟିର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ପାଦକ ଆଡ଼ଭୋକେଟ ରମଣୀ ରଂଜନ ରାଉତରାୟ, ସମାଜସେବୀ ପ୍ରଫୁଲ ଚନ୍ଦ୍ର ଦାସ,  କେନ୍ଦ୍ରାପଡ଼ା ବ୍ଲକ୍ ସଂଯୋଜକ ଭାଗିରଥି ଜେନା, ମାର୍ଶାଘାଇ ବ୍ଲକ୍ ସଂଯୋଜକ କେଦାରନାଥ ସାମନ୍ତରାୟ, ଗରଦପୁର ବ୍ଲକ୍ ଆବାହକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆଲୋଚନା , ଧାରଣା, ପ୍ରତିବାଦ ଓ ଜନ ଜାଗରଣ ଆଦି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ । ଏଥିରେ ପ୍ରମୋଦ ଚନ୍ଦ୍ର ବେହେରା, ସରୋଜକାନ୍ତ ବିଶ୍ୱାଳ,ବିଜୟ କୁମାର ମାହାଳି,ଜ୍ଞାନରଂଜନ ମୁଦୁଲି, ପୁଷ୍ପଲତା ବେହେରା,ସାବିତ୍ରୀ ବେହେରା, ହୃଶିକେଶ ମହାପାତ୍ର, ପ୍ରତାପ ଚନ୍ଦ୍ର ପରିଡ଼ା, ରମେଶ ଚନ୍ଦ୍ର ନାୟକ, ସିଦ୍ଧାର୍ଥ ଶେଖର ରାୟ , ସନ୍ତୋଷ ପ୍ରଧାନ, ହେମନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସିତାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉଲେଖନୀୟ ଏହିକି ଜିଲାର ପ୍ରତି ବ୍ଲକ ରୁ ଲୋକମାନେ ନିଜସ୍ୱ ଉଦ୍ୟମରେ ଗାଡ଼ି କରି ରାଜଭବନ ସମ୍ମୁଖ ଗଣ ଧାରଣାରେ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.