Wednesday , May 31 2023
Breaking News
Home / ବିଶେଷ / ମାଣପୁର ଗ୍ରାମରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ  

ମାଣପୁର ଗ୍ରାମରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ  

ରଘୁନାଥପୁର ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ମାଣପୁର ଗ୍ରାମରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପିତା, ମାତା ଓ ଗୁରୁଙ୍କୁ ପୂଜା କଲେ ସେ ତାର ଉନ୍ନତିପାଇଁ ତାକୁ ଭାବିବାକୁ ହେବନାହିଁ ବୋଲି କହିଥିଲେ । ଏଥିରେ ସହପ୍ରତି ଋତିକ ବଂଶୀଧର ସ୍ୱାଇଁ ପୌରହିତ୍ୟ କରିଥିଲେ । ଏହି ସତ୍ ସଙ୍ଗରେ ସହପ୍ରତିଋତିକ୍ ଡ.ଶରତ ଚନ୍ଦ୍ର ସ୍ୱାଇଁ, ସହପ୍ରତିଋତିକ ଘନଶ୍ୟାମ ସ୍ୱାଇଁ, ସହପ୍ରତିଋତିକ ଇଂ ବିଜୟ କୁମାର ମାଦେଳି, ସହପ୍ରତିଋତିକ କ୍ଷୀରୋଦ ସାହୁ, ଯାଜକ ବସନ୍ତ ବେହୁରା ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ଉପରେ ଆଲୋଚନା କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ସଦ୍ଗୁରୁଙ୍କର ଶରଣାପନ୍ନ ହୋଇ ସତ୍ସଙ୍ଗରେ ଯୋଗଦଲେ ତାହାର ଜୀବନ ସୁଖମୟ ହୋଇଉଠିବ ବୋଲି କହିଥିଲେ । ଏଥିରେ ଶିକ୍ଷାବିତ୍ ବସନ୍ତ କୁମାର ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସତ୍ସଙ୍ଗରେ ବ୍ରହ୍ମାନନ୍ଦ ବିଶ୍ୱାଳ, ଶ୍ରୀପତି ଦାଶ, ଅଭିନାଶ କୁମାର ଜେନା, କାଦମ୍ବିନୀ ଜେନା ପ୍ରମୁଖ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କର ସଦ୍ ଗ୍ରନ୍ଥ ପାଠ କରିବା ସହିତ ଭଜନକୀର୍ତନ ପରିବେଷଣ କରିଥିଲେ । ବସନ୍ତ କୁମାର ଦାଶ , ଶରତ କୁମାର ଦାଶ, ହେମନ୍ତ କୁମାର ଦାଶ, ବରଦା ପ୍ରଶନ୍ନ ଦାଶ, ଜ୍ୟୋର୍ତିମୟୀ ଦାସ, ଜାଜ୍ଞସେନୀ ଦାଶ ସ୍ୱର୍ଗତଃ ଶାନ୍ତିଲତା ଦାଶଙ୍କର ପ୍ରଥମବାର୍ଷିକ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏହି ସତ ସଙ୍ଗ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.