Thursday , September 29 2022
Home / ତାଜା ଖବର / ବ୍ରାଉନସୁଗାର ଜବତ, ୨ଗିରଫ    

ବ୍ରାଉନସୁଗାର ଜବତ, ୨ଗିରଫ    

ରଘୁନାଥପୁର ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଂଚାୟତର ରଜନୀ ଛକଠାରେ ୨ଜଣ ବ୍ରାଉନସୁଗାର ବିକୁଥିବା ଖବରପାଇ ରଘୁନାଥପୁର ଥାନା ଆଇଆଇସି ରାଜକିଶୋର ବେହେରା, ଆରକ୍ଷୀ ଉପନୀରିକ୍ଷକ ସୌଦାମିନୀ ପଣ୍ଡା, ଉପନୀରିକ୍ଷକ ଅନିଲ କୁମାର ସାହୁ ଘଟଣା ସ୍ଥଳରେ ପହଂଚିଥିଲେ । ସେମାନଙ୍କ ଠାରୁ ୧୨ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ହିରୋ ଏଚ୍ଏଫ୍ ଓ ନଗଦ ୩୨୦ଟଙ୍କା ଜବତ କରି ୨ଜଣ ଆସାମୀକୁ ଗିରଫ କରିଥିଲେ । ସେମାନଙ୍କ ନାମରେ ରଘୁନାଥପୁର ଥାନାରେ ମାମଲା ରୁଜୁ କରି ରଘୁନାଥପୁରକୁ କୋର୍ଟକୁ ଚାଲଣ କରିଥିଲେ । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଆଳିପିଙ୍ଗଳ କାରାଗାରକୁ ପଠାଇ ଦିଆଯାଇଛି । ସେମାନେ ହେଲେ ଜଗତସିଂହପୁର ଥାନା ଅନ୍ତର୍ଗତ ତର୍ତଙ୍ଗ ଗୋବିନ୍ଦ ବେହେରାଙ୍କ ପୁଅ କାହ୍ନୁଚରଣ ବେହେରା (୨୭), ସୁକାନ୍ତ ଜେନାଙ୍କ ପୁଅ ସ୍ମୃତି ଜେନା (୩୨) ।   ଓଡ଼ିଶା ସମାଚାର

Leave a Reply

Your email address will not be published.