Thursday , September 29 2022
Home / ଶିକ୍ଷା / ବିଲ୍ ପାଇବା ଦାବିରେ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ବିଲ୍ ପାଇବା ଦାବିରେ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ରଘୁନାଥପୁର ୨୧/୦୯/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ହାଇସ୍କୁଲର ମୋ ସ୍କୁଲ ଅଭିଯାନରେ ୫ଟିରେ ରୂପାନ୍ତରିତ କାର୍ଯ୍ୟକରି ପୁରାତନଛାତ୍ର ରଞ୍ଜନ କୁମାର ସ୍ୱାଇଁ, କିଶୋର ଚନ୍ଦ୍ର ସାହୁ ୨ଲକ୍ଷ ୪୦ହଜାର ଟଙ୍କା ପ୍ରଧାନଶିକ୍ଷକ ଦେଉନଥିବାରୁ ଆଜି ମଣ୍ଡଳ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରକାଶ ଥାଉକି, ତରିକୁନ୍ଦ ହାଇସ୍କୁଲର ମୋ ସ୍କୁଲ ଅଭିଯାନ ୫ଟିରେ ରୂପାନ୍ତରିତ କାର୍ଯ୍ୟ ପୁରାତନ ଛାତ୍ରମାନେ ଦାୟିତ୍ୱ ନେଇ କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟ ବାବଦରେ ପୁରାତନଛାତ୍ର ୨ଲକ୍ଷ ୪୦ହଜାର ଟଙ୍କା ପାଇବାକୁ ଥିବାବେଳେ ପ୍ରଧାନଶିକ୍ଷକ ସୁଶାନ୍ତ ମହାନ୍ତିଙ୍କର ଅନ୍ୟତ୍ର ବଦଳି ହୋଇଗଲା । ଏହାପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଶୀବତ୍ସ ଆଚାର୍ଯ୍ୟ ଉକ୍ତ ଟଙ୍କା ଦେବାପାଇଁ ତାଙ୍କର ଅଧିକାର ନାହିଁ ବୋଲି ମନା କରିଥିଲେ । ଏହାପରେ ସେମାନେ ବିଭିନ୍ନ ଅଧିକାରୀମାନଙ୍କୁ ଭେଟି ସେମାନଙ୍କର ବିଲ୍ ଦେବାକୁ ଅନୁରୋଧ କରିଥିଲେ । ସେମାନଙ୍କର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଲ ନଦେବାରୁ ସେମାନେ ଆଜି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.