Monday , June 5 2023
Breaking News
Home / ବିଶେଷ / ପଲିଥିନ୍ ତଳେ ବିତୁଛି ଜୀବନ

ପଲିଥିନ୍ ତଳେ ବିତୁଛି ଜୀବନ

ରଘୁନାଥପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଳର ଗରୀବ ଜନସାଧାରଣଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି  ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ଯୋଜନାର ସୁଫଳ ମିଳିପାରୁନାହିଁ । ଏପରି ଘଟଣା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ପଂଚାୟତ ୧୨ ନମ୍ବର ୱାର୍ଡ଼ ଦୋନ୍ଦୁଅ ଗ୍ରାମରେ । ଏହି ଗ୍ରାମର ରଂଜନ କୁମାର ନାୟକ ଜଣେ ଦିନ ମଜୁରିଆ ହୋଇଥିବାବେଳେ ସେ ଏକ ଖଣ୍ଡିଆ ଘରେ ପଲିଥିନ୍ ପକାଇ ଜୀବନ ଧାରଣ କରୁଛନ୍ତି । ଦୁଃଖ କଷ୍ଟରେ ଝିଅ ବାହାଘର କରିଥିବାବେଳେ ବେରୋଜଗାରିଆ ପୁଅ ଓ ସ୍ତ୍ରୀ ସହିତ ସେ ଏପରି ଅବସ୍ଥାରେ ବାସ କରୁଛନ୍ତି । ଅନେକଥର ପଂଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଆବେଦନ କରିଥିଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି । ଦିନରେ ଘର ଭିତରେ ଖରା ପଡ଼ୁଥିବାବେଳେ ବର୍ଷା ହେଲେ ରହିବା ମୁସ୍କିଲ ହୋଇ ପଡ଼ୁଛି । ଏ ବିଷୟରେ ସ୍ଥାନୀ ୟସରପଂଚ ଙ୍କ ପ୍ରତିନିଧି ରହିମ ଖାଁ କହିଛନ୍ତି ସେ ନୂଆ ହୋଇ ନିର୍ବାଚିତ ହୋଇ ଆସିଛନ୍ତି । ପଂଚାୟ୍ରତକୁ ଆବାସ ଯୋଜନାରେ ଘର ଆସିଲେ ତାଙ୍କ କଥା ନିଶ୍ଚୟ ବିଚାରକୁ ନିଆଯିବ । ତେବେ ତାଙ୍କୁ ତୁରନ୍ତ ଘର ଖଣ୍ଡେ ଯୋଗାଇ ଦେବାକୁ ରଘୁନାଥପୁର ବିଡ଼ିଓ ଓ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.