Thursday , June 1 2023
Breaking News
Home / ବିଶେଷ / ଦେଶ ପ୍ରେମର ବାର୍ତା ବାଂଟିବ ଅହିଂସା ରଥ –

ଦେଶ ପ୍ରେମର ବାର୍ତା ବାଂଟିବ ଅହିଂସା ରଥ –

ସେପ୍ଟେମ୍ବର୨୩ ଓ ୨୪ ତାରିଖ ଦୁଇଦିନ କେନ୍ଦ୍ରାପଡା ଜିଲ୍ଲା ବ୍ୟାପି ଅହିଂସା ରଥ ପରିଭ୍ରମଣ କରିବ –
କେନ୍ଦ୍ରାପଡା, ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସ୍ୱାଧୀନତା ସଂଗ୍ରାମକୁ ଓଡିଶାର ଅବଦାନ ଓ ଗାନ୍ଧୀ ବାର୍ତାର ପ୍ରଚାର ପ୍ରସାର ସହିତ ଏହି ସ୍ମୃତିକୁ ଜନମାନସରେ ଉଜ୍ଜୀବିତ କରି ରଖିବା ପାଇଁ ଓଡିଶା ସରକାର ରାଜ୍ୟ ବ୍ୟାପି ଅହିଂସା ରଥର ପରିଭ୍ରମଣ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏହା ଗତ ଅଗଷ୍ଟମାସ ୧୫ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୨ତାରିଖ ଗାନ୍ଧୀ ଜୟନ୍ତୀ ଦିନ ରାଜ୍ୟର ରାଜଧାନୀରେ ସମାପନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର୨୩ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ (ଦୁଇଦିନ) କେନ୍ଦ୍ରାପଡା ଜିଲ୍ଲା ବ୍ୟାପି ଅହିଂସା ରଥ ପରିଭ୍ରମଣ କରିବ । ଚଳିତ ସେପ୍ଟେମ୍ବର ୨୩ତାରିଖ ପୂର୍ବାହ୍ନ ସାଢେ୯ଟା ସମୟରେ ଇନ୍ଦୁପୁର ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଯାଜପୁର ଜିଲ୍ଲା ପ୍ରଶାସନ ଅହିଂସା ରଥ -୧ ଓ ଅହିଂସା ରଥ -୨କୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ । ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ୨ଟି ରଥ ସମଗ୍ର ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୌରାଂଚଳ ପରିକ୍ରମା କରିବ । ସ୍ୱାଧୀନତା ସଂଗ୍ରାମର ଗାଥା ଚଳଚିତ୍ର ମାଧ୍ୟମରେ ପ୍ରସାର କରାଯାଇ ଜନସାଧାରଣଙ୍କୁ ଦେଶ ସ୍ୱାଧୀନତାର ବିଭିନ୍ନ ସ୍ମୃତି ସମ୍ପର୍କରେ ଅବଗତ କରାଯିବ । ଶୁକ୍ରବାର ଓ ଶନିବାର ୨ଦିନ ଧରି କେନ୍ଦ୍ରାପଡା ଜିଲ୍ଲା ପରିକ୍ରମା ସମୟରେ ଯେଉଁ ସ୍ଥାନରେ ଅହିଂସା ରଥ ରହିବ ସେଠାରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଭିଡିଓ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହେବ । ସେହି ସଭାରେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋଚନା କରାଯିବ । ଏନେଇ ଆବଶ୍ୟକ ପ୍ରସ୍ତୁତି ତଥା ରଥ ପରିକ୍ରମାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ପତ୍ର ମାଧ୍ୟମରେ ବିଭିନ୍ନ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ସ୍ୱେଛାସେବୀ, ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ପୂର୍ବକ ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତି ପାଳନର ଆନନ୍ଦ ନେବା ସହ ଅହିଂସା ଓ ଦେଶ ପ୍ରେମରେ ଉଦବୁଦ୍ଧ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.