Sunday , May 28 2023
Breaking News
Home / ବିଶେଷ / ତାରପୁର ପଂଚାୟତରେ ସ୍ୱଛତା କାର୍ଯ୍ୟକ୍ରମ 

ତାରପୁର ପଂଚାୟତରେ ସ୍ୱଛତା କାର୍ଯ୍ୟକ୍ରମ 

ରଘୁନାଥପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ପଂଚାୟତ ମହାସଂଘ କୁ ନେଇ ଏକ ସ୍ୱଛତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଂଚାୟତ ମହାସଂଘର ସଭାନେତ୍ରୀ ଶ୍ୱାତୀ ସୁଚରିତା ମହାପାତ୍ରଙ୍କ ତତ୍ୱାବଧାନରେ ସ୍ଥାନୀୟସରପଂଚ ଶ୍ରୀମତୀ ସୁଷମା ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଂଚାୟତର ପ୍ରତ୍ୟେକ ୱାର୍ଡ଼ ନିଜ ଘର ଚାରିପାଖ ସଫା ସୁତୁରା ରଖିବା ସହିତ ନିଜ ପରିବାରକୁ ନିରୋଗ ରଖିବାକୁ ଉପସ୍ଥିତ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଆରସି ଇତିସ୍ମିତା ବିଶ୍ୱାଳ, ବିଏଲସି ବିଶ୍ୱଜିତା ଦାସ, ମୀନା ଦାସ , ତ୍ରିନାଥ ଦାସ , ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ଦାସ , ପ୍ରଭାକର ମଲିକ, ମୁନୁ ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସମସ୍ତେ ମିଶି ନିକଟସ୍ଥ ରାସ୍ତାକୁ ସଫା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.