Thursday , September 29 2022
Home / କୃଷି / ଜଙ୍କିଆରେ କୁକୁଡା ଚାଷୀଙ୍କ ସମାବେଶ

ଜଙ୍କିଆରେ କୁକୁଡା ଚାଷୀଙ୍କ ସମାବେଶ

ନିରାକାରପୁର, ୨୧/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଏବଂ ଟାଙ୍ଗୀବ୍ଲକ କୁକୁଡା ଚାଷୀ ମାନଙ୍କର ଏକ ବୈଠକ ସ୍ଥାନୀୟ ଜଙ୍କିଆ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଓ ଟାଙ୍ଗୀବ୍ଲକର ସମସ୍ତ କୁକୁଡା ଚାଷୀ ମାନେ ଏକତ୍ରିତ ହୋଇ କମ୍ପାନୀ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆଗାମୀ ଦିନରେ କମ୍ପାନୀ ଠାରୁ କୁକୁଡା ଚିଆଁ  ଗ୍ରହଣ ନକରିବାକୁ ନିଷ୍ପତିି ନେଇଥିଲେ । କମ୍ପାନୀ ଆନୁକୂଲ୍ୟରେ ବିଭିନ୍ନ କୁକୁଡା ଉତ୍ପାଦନକାରୀ ସଂସ୍ଥା ଚାଷୀଙ୍କୁ ଭାଗ ସୂତ୍ରରେ କୁକୁଡା ଚିଆଁ ସହିତ ସରଞ୍ଜାମ ପ୍ରଦାନ କରି ଆସୁଥିଲେ ।ଏହା ନିମ୍ନମାନର ଦେଉଥିବା ଦ୍ୱାରା କୁକୁଡା ଚାଷୀମାନେ ଲାଭ କରିବା ପରିବର୍ତେ କ୍ଷତି ହେଉଥିବା ଚାଷୀ ମାନେ ଦର୍ଶାଇଛନ୍ତି ।ଚାଷୀ ଅନ୍ତର୍ଯ୍ୟାମୀ ପାଇକରାୟ ଏବଂ ମହେଶ୍ୱର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଭୟ ବ୍ଲକର ବହୁ କୁକୁଡା ଚାଷୀ ସମାବେଶରେ ଅଂଶ ଗ୍ରହଣ କରିଥିଲେ । ପ୍ରଶାନ୍ତ କୁମାର ଜେନା,ପ୍ରକାଶ କୁମାର ବେହେରା,ଆଦିକନ୍ଦ ମହାପାତ୍ର,ସୁସାନ୍ତ କୁମାର ପଟ୍ଟନାୟକ,ମୃତୁ୍ୟଞ୍ଜୟ ପଟ୍ଟନାୟକ,ରୁଦ୍ର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରି କମ୍ପନୀ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ କମ୍ପନୀକୁ ଅସଯୋଗ କରି ଚିଆଁ ପକାଇବେ ନାହିଁ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.