Saturday , December 3 2022
Breaking News
Home / ବିଶେଷ / ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଵନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଵନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

କଟକ ସଦର, ୨୧/୦୯/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଜଳ ସଂପଦ ବିଭାଗର ଛୋଟା ଦୋକାନ ଠାରୁ ଵାଙ୍କଳ ୩୩ କିମି ମହାନଦୀ ଡାହାଣ ପଟ ଵନ୍ଧ ରାସ୍ତା ଏବେ ଶୋଚନୀୟ ହୋଇ ମରଣଯନ୍ତା ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ପିଚୁ ରାସ୍ତା ସାରା ଖାଲ ଖମାରେ ପରିଣତ ହୋଇ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି।ଏହି ନଦୀବନ୍ଧ ରାସ୍ତାରେ କଟକ ସଦର ଓ ନିଶ୍ଚିନ୍ତକୋଇଲି ଵ୍ଲକର ପ୍ରାୟ ୧୦ ଗୋଟି ପଞ୍ଚାୟତର ଲୋକେ ପ୍ରତ୍ୟହ ଗମନାଗମନ କରୁଥିବା ବେଳେ ରାସ୍ତାର ଦୂରାବସ୍ଥା ଯୋଗୁଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସେଥିରେ କିଶନନଗର ଥାନା ଗଡା ମରଣଯନ୍ତା ପାଲଟିଛି। ଆଗକୁ ଦଶହରା ଥିଵାରୁ ପ୍ରସିଦ୍ଧ ସିର୍ଲୋ ଦୂର୍ଗାଙ୍କ ନିକଟକୁ ପ୍ରଵଳ ଲୋକ ଏହି ରାସ୍ତା ଦେଇ ଯିବେ। ହେଲେ ରାସ୍ତାର ଦୂରାବସ୍ଥା ଲୋକଙ୍କୁ ନିରାଶ କରିଵା ସମ୍ଭାବନା ଅଧିକ ରହିଛି। ସେଥିରେ ଗିରିଧାରୀ ମଠ ଓ ଗତନାଥ ମନ୍ଦିର ମଧ୍ୟବର୍ତ୍ତୀ ସ୍ଥାନରେ ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ଵିପଦ ସୃଷ୍ଟି କରିଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଵାକୁ ଜିଲ୍ଲା ପ୍ରଶାସନ ଠାରେ ଉତ୍କଳ ଵିକାଶ ପରିଷଦ ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଦାବି କରିଛନ୍ତି ।

Leave a Reply

Your email address will not be published.