ରଘୁନାଥପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)-ଓଡ଼ିଶା ଜିବୀକା ମିଶନ ରଘୁନାଥପୁର ବ୍ଲକ୍ ତରଫରୁ ଏରଡ଼ଙ୍ଗା ପଂଚାୟତ ରାଜୀବ ଗାନ୍ଧି ସେବା କେନ୍ଦ୍ର ସଭା ଗୃହରେ ଦୁଇ ଦିନିଆ ଗ୍ରାମ୍ୟ ଦାରିଦ୍ର୍ୟ ହ୍ରାସ ସମ୍ବନ୍ଧିୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଶିବିରରେ ଏରଡ଼ଙ୍ଗା, ବିଦ୍ୟାଧରପୁର, ଛପଡ଼ା ଓ ପୁରୁଣା ବସନ୍ତ ପଂଚାୟତର ୪୦ ଜଣ ଏମବିକେ, ସିଆରପି , ପ୍ରାଣୀ ମିତ୍ର ଯୋଗ ଦେଇ ଉକ୍ତ ଯୋଜନା ଉପରେ ତାଲିମ ନେଇଥିଲେ । ଗ୍ରାମ୍ୟ ସ୍ତରରୁ ଦାରିଦ୍ର୍ୟ ହ୍ରାସ ଯୋଜନା କରାଯାଇ ପଂଚାୟତ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କାର୍ଯ୍ୟ କରାଯାଇ ପାରିବ । ସେଥି ନିମନ୍ତେ ତାଲିମ ଦାତା କ୍ଷୀରୋଦ କୁମାର ଦାଶ ଓ ମୀନାରାଣୀ ଦାସ ତାଲିମାର୍ଥି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରକୁ ଦୁଇ ଦିନ ଧରି ବିଏଲସି ବିଶ୍ୱଜିତଦା ଦାସ ଓ ତ୍ରିନାଥ ଦାସ ପରିଚାଳନା କରିଥିବାବେଳେ ଏମବିକେ ଗୀତାରଣୀ ଦାସ, ରଂଜୁକ୍ତା ସୁତାର ଓ ଅନୁସୟା ଜେନା ସହଯୋଗ କରିଥିଲେ । ରଘୁନାଥପୁର ବ୍ଲକ୍ ତରଫରୁ ବିଡ଼ିଓ ଲମ୍ବୋଦର ଖୁଂଟିଆ, ଏବିଡ଼ିଓ ଅଶୋକ କୁମାର ମହାନ୍ତି ଓ ବିପିଏମ କଳ୍ପନା ଦଳେଇ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର