Thursday , June 8 2023
Breaking News
Home / ବିଶେଷ / ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଗୁହାରୀ କରିଛନ୍ତି ବ୍ରଜବନ୍ଧୁ 

ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଗୁହାରୀ କରିଛନ୍ତି ବ୍ରଜବନ୍ଧୁ 

ଗରଦପୁର,୨୧/୦୯/୨୦୨୨(ଓଡ଼ିଶା ସମାଚାର)-ଗତ ୧୯୯୯ମହାବାତ୍ୟା ସମୟରେ ଆବାସ ଯୋଜନାରେ ଘର କରିବା ପାଇଁ ଅଗ୍ରୀମ ଦଶ ହଜାର ଟଙ୍କା ର ଆର୍ଥିକ ସହାୟତା ମିଳି ଥିଲା । ମାତ୍ର ଦାରିଦ୍ର୍ୟତା  ଭିତରେ ପାଇଥିବା ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରିଦେଇଛନ୍ତି । ଫଳରେ ଘର କରିବା ତାଙ୍କ ପକ୍ଷରେ ସମ୍ଭବ  ହୋଇପାରିଲାନାହିଁ । ଆବାସ ଯୋଜନାରେ ପାଇଥିବା ଟଙ୍କା ଫେରସ୍ତ କଲେ ନୂତନ ଆବାସ ଯୋଜନାରେ ସାମିଲ କରାଯିବା ସମ୍ପର୍କରେ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ଦୁଇ ବର୍ଷ ହେଲା ପାଇଥିବା ୧୦ହଜାର ଟଙ୍କାକୁ ପ୍ରଶାସନ ନିକଟରେ ଫେରସ୍ତ କରିଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ନୂତନ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଏବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘରର କାନ୍ଥ ପଡିଯିବାରୁ ଘର ଉପରେ ପାଲ ପକାଇ ରହୁଛନ୍ତି । ଗତ ଦୁଇ ବର୍ଷ ହେଲା ଘର ଛପର ହୋଇ ପାରି ନାହିଁ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ପରିଣତ ବୟସରେ ସରକାରଙ୍କ ଉପରେ ଆଶା ଭରଷା କରିଛନ୍ତି ।

ଉଲ୍ଲେଖନୀୟ ଏହିକି ,ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର ବ୍ରଜବନ୍ଧୁ ବାରିକ(୭୮) । ତାଙ୍କର ପତ୍ନୀ,ଗୋଟିଏ ପୁଅ ଓ ପରିବାର ମୋଟ ୬ଜଣ ଅଛନ୍ତି । ବ୍ରଜବନ୍ଧୁଙ୍କର ଜମିବାଡି ମାତ୍ର ୭ଗୁଣ୍ଠ ରହିଥିବାରୁ ସେଥିରେ ପରିବାର ଚଳାଇବା କଷ୍ଟସାଧ୍ୟ ବ୍ୟାପାର । ବ୍ରଜବନ୍ଧୁଙ୍କର କୌଳିକ ବୃତି ହେଉଛି ବାରିକ ବୃତି । ସେହି ବୃତି କରି ଗାଁଗଣ୍ଡାରୁ ଧାନ ଆସିଲେ ପରିବାର ଚଳାନ୍ତି । ମାତ୍ର ଏବେ ବ୍ରଜବନ୍ଧୁଙ୍କର ବୟଷାଧିକ ହୋଇ ଯାଇ ଥିବାବେଳେ,ସେ ଆଉ ତାଙ୍କର କୌଳିକ ବୃତି କରିପାରୁ ନାହାଁନ୍ତି । ଦୁଇ ବର୍ଷ ହେଲା ବୃତି ଛାଡି ସାରିଲେଣି । ତାଙ୍କର ମାତ୍ର ଗୋଟିଏ ପୁଅ ଦୁଇ ବର୍ଷରୁ ଅଧିକ ହେବ କାମ ଧନ୍ଦା କରିବା ପାଇଁ ଚେନ୍ନାଇରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟକରୁଛି  ହେଲେ ଘରକୁ ପଇସାପତ୍ର ପଠାଉ ନାହିଁ କି ଘରକୁ ମଧ୍ୟ ଆସୁ ନାହିଁ ବୋଲି ବ୍ରଜବନ୍ଧୁଙ୍କ ପତ୍ନୀ ଭାଗ୍ୟବତୀ ବାରିକ କହଛନ୍ତି । ବ୍ରଜବନ୍ଧୁର ବିପିଏଲ ତାଲିକାରେ ନାମ ଅଛି । ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ଘର ଖଣ୍ଡିଏ ମିଳିବା ପାଇଁ ବ୍ରଜବନ୍ଧୁ ବହୁବାର ପ୍ରଶାସନଙ୍କ ନିକଟରେ ହାରିଗୁହାରୀ କରିଥିଲେ ମଧ୍ୟ ପ୍ରଶାସନ ତାଙ୍କର ଦୁଃଖ ବୁଝୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ବ୍ରଜବନ୍ଧୁଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରି ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସେ ଜିଲା ପ୍ରଶାସନ  ନିକଟରେ ଗୁହାରୀ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.