ଆକାଶ କୁ ଅନେକ ଥର
ଅନେଇଲା ପରେ ,
ସେ ତ ଆପଣା ଛାଏ ଦିଶି ଯାଉଛି।
ମୁଁ କିଛି ଥର ଆକାଶରେ
ଉଡିଲେବି ମତେ ମାଟିର ପାଦ ହିଁ
ଦିଶେ ହୋ ଶୂନ୍ୟଦେହୀ,
ଏ ଖରା ବର୍ଷା ଶରତ ଶୀତ,
କେତେ ପରିଚିତ ହେଲେବି ଏକ
ନୂଆଁ ଶୀହରଣ ଦିଅନ୍ତି ଥରକୁ ଥର!
ଏ ବିଜୁଳି ତା ଚମକରେ ଯେତିକି ଚମକାଏ
ସେତିକି ହିଁ ଘଡଘଡିକୁ ହାତ
ପାପୁଲିରେ କାନ ଚାପେ,
ନୂଆଁ ମୋର ପ୍ରତିଟି ବସନ୍ତ ଓ ପ୍ରତିଟି ଶ୍ରାବଣ
ଏଇ ମାନଙ୍କୁ ନେଇ ହୋ ଶୂନ୍ୟ ଦେହୀ!!
ମୁଁ ତ ଏମାନଙ୍କ ଠାରେ ହିଁ ହଜିଲି ମଜିଲି ହସିଲି କାନ୍ଦିଲି !
ମୁଁ ଯୋଗୀ ହେଲେ ବି କହିପାର ମତେ ସଂସାରୀ,
ମୁଁ ଭୋଗୀ ହେଲେ ବି କହିପାର ମତେ ସଂସାରୀ
ମୋର ଆଉ ସଂସାର ନାହିଁ ବୋଲି
ମୁଁ କହିବିନି ଶୂନ୍ୟ ଦେହୀ
ଏଇଠି ସଂସାରୀ ସଭିଏଁ ଗୋ ,
ଏଠି ଡେଣା ଆଉ ଲାଂଜର କିଛି ଫରକ ନଥାଏ!!
ଆକାଶ ଓ ମାଟିକୁ ନେଇ ଯେଉଁ ଖୋଳପା
ତାରି ଭିତରେ ହିଁ ସବୁକିଛି
ସେ ସବୁକିଛି କେବେ “ଛି’ ନୁହେଁ ଗୋ,
ସେତ ସତ୍ୟ ଶିବ ସୁନ୍ଦର!
ମୁଁ ଘର ସଂସାରୀ ନହେଲେ ବି
ଥରେ ତ ତୁମେ ମତେ ସଂସାରୀ କହ!!
କି ସୁନ୍ଦର କି ଆନନ୍ଦ ମୟ,
ଆଃ ମୋର ଏଇ ବିଶାଳ ସଂସାର ତୁମେ ଶୁଣୁଛ,
ଶୁଣୁଛ କି ଶୂନ୍ୟ ଦେହୀ ତୁମେ ଶୁଣୁଛ!!
ମୁଁ ଯେ ସ଼ଂସାରୀ…
-0-
ଲାଇନ୍ ପଡା ପାଟଣାଗଡ଼ ବଲାଙ୍ଗୀର ଦୂ.ଭା 8287381560