Saturday , June 10 2023
Breaking News
Home / ବିଶେଷ / ୨୪ ରୁ ତିନି ଦିନ ଧରି ଅଗ୍ରବଂଶୀ ପକ୍ଷରୁ ନିଶୁଳ୍କ କୁତ୍ରୀମ ଅଙ୍ଗଦାନ ଶିବିର

୨୪ ରୁ ତିନି ଦିନ ଧରି ଅଗ୍ରବଂଶୀ ପକ୍ଷରୁ ନିଶୁଳ୍କ କୁତ୍ରୀମ ଅଙ୍ଗଦାନ ଶିବିର

କଟକ, ୨୦/୦୯/୨୦୨୨ (ଓଡ଼ିଶା ସମାଚାର/ ଦେବଶିଷ ରଥ)- ଅଗ୍ର ବଂଶୀ ସମାଜର ଶ୍ରୀ ଅଗ୍ରସେନଜି ମହାରାଜଙ୍କ ୫ ହଜାର ଶହେ ୪୬ତମ ଜନ୍ମ ଦିବସ ଅବସରରେ  ୨୪, ୨୫ ଓ ୨୬ ତାରିଖ ତଥା ତିନି ଦିନ ଧରି ନିଶୁଳ୍କ କୁତ୍ରୀମ ଅଙ୍ଗଦାନ ଶିବିର ମାରୱାଡି କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ସୋମବାର ଆୟୋଜିତ ମାଣିକଘୋଷ ବଜାର ସ୍ଥିତ ମାରୱାଡି କ୍ଲବ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଶ୍ୟାମ ଗୋୟେଙ୍କା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ସିଏମସି ମେୟର ସୁବାସ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଗ୍ରବଂଶୀର ମାର୍ଗଦର୍ଶକ ଶ୍ରୀ ଗଣେଶ ପ୍ରସାଦ କଣ୍ଡୋଇ, ସମାଜସେବୀ ଲକ୍ଷ୍ମଣ ଜି ମହିପାଲ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଏବଂ ସମାଜସେବୀ ମୋହନଲାଲ ଜି ସିଂହି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨ ଶହ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏହି କୁତ୍ରିମ ଅଙ୍ଗଦାନ ପ୍ରଦାନ ପାଇଁ ଯୋଜନା ରହିଥିବା ବେଳେ ଆବଶ୍ୟକ ପଡିଲେ ଆହୁରି ଅଧିକ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯିବା ସହ ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ୯୦୪୦୦୩୬୪୪୬ ଏବଂ ୮୯୮୪୧୪୧୫୫୯ ମୋବାଇଲ ନମ୍ବରରେ  ପଞ୍ଜିକରଣ କରିବା ପାଇଁ  ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ପ୍ରାଦେଶିକ ମାରୱାଡି ସମାଜର ସଭାପତି ଦିନେଶ ଯୋଶୀ ଜି, ନନ୍ଦ ଗାଁ ଗୋସେବା ଗୋଶାଳାର ସମ୍ପାଦକ ଶ୍ରୀ ପଦ୍ମ ଜି ଭାଉଶିଙ୍କା, ଅଗ୍ରବଂଶୀର ସମ୍ପାଦକ ଜିତେନ୍ ବଗରିଆ, କୋଷାଧ୍ୟକ୍ଷ ସୁମିତ ଆଗରୱାଲ୍, ଶ୍ରୀ ପୱନ୍ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.