ଭୁବନେଶ୍ୱର, ୨୦/୦୯/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ୨୨ ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟା ୩୦ ମିନିଟ୍ ରେ କ୍ୟାବିନେଟ୍ ବୈଠକ ବସିବ । ରାଜଧାନୀରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନ ଏବଂ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଆଭାସୀ ମାଧ୍ୟମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ହେବାକୁ ଥିବା କ୍ୟାବିନେଟ ବୈଠକରେ ପଞ୍ଚାୟତିରାଜ, ପାନୀୟଜଳ, ଯୋଗାଣ ଓ ସମବାୟ ଆଦି ବିଭାଗର ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ ।