Friday , September 22 2023
Breaking News
Home / ତାଜା ଖବର / ସାମାନ୍ୟ ବଚସାରୁ ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ର ମୃତ୍ୟୁ

ସାମାନ୍ୟ ବଚସାରୁ ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ର ମୃତ୍ୟୁ

ଭୁବନେଶ୍ୱର,୨୦/୦୯/୨୦୨୨(ଓଡ଼ିଶା ସମାଚାର)- ରାଜଧାନୀରେ ହତ୍ୟାକାଣ୍ଡ । ବଡଭାଇର ଠେଙ୍ଗାମାଡରେ ସାନଭାଇ ର ମୃତ୍ୟୁ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ସାନଭାଇ ରାଜମୋହନ ସେନାପତି ଓ ଅଭିଯୁକ୍ତ ହତ୍ୟାକାରୀ ବଡଭାଇ ହେଉଛନ୍ତି ବିଶ୍ବମୋହନ ସେନାପତି । ବଡଭାଇ ବିଶ୍ବମୋହନ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ସାନଭାଇ ଖଣ୍ଡଗିରିରେ ରହୁଥିଲେ । ରାଜମୋହନ ବାରମ୍ବାର ଘରୁ ଟଙ୍କା ଆଣି ଅଯଥାରେ ଖର୍ଚ୍ଚ କରୁଥିଲେ । ଏହାକୁ ନେଇ ଆଜି (ମଙ୍ଗଳବାର ଦିନ) ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ବଡ଼ଭାଇ ବିଶ୍ବମୋହନ ସାନ ଭାଇ ରାଜମୋହନଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସାନଭାଇ ରାଜମୋହନ ର ମୃତ୍ୟୁ ହୋଇଯାଇଥିଲା । ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ବଡଭାଇ ବିଶ୍ବମୋହନ କୁ ପୋଲିସ୍ ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *