Monday , June 5 2023
Breaking News
Home / ବିଶେଷ / ବିନା ନୋଟିସରେ ପଂଚାୟତ ପୋଖରୀ ନିଲାମ ଅଭିଯୋଗ

ବିନା ନୋଟିସରେ ପଂଚାୟତ ପୋଖରୀ ନିଲାମ ଅଭିଯୋଗ

କେନ୍ଦ୍ରାପଡା,୨୦/୦୯/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଓ ଭରତପୁର ଗ୍ରାମପଂଚାୟତର ସୀମାରେ ଥିବା ଶ୍ରୀ ରତ୍ନାକର ବଟ ମହାପୁରୁଷଙ୍କ ପୋଖରୀକୁ ବଗଡା ଗ୍ରାମପଂଚାୟତ ପକ୍ଷରୁ ବିନା ନୋଟିସରେ ନିଲାମ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ପୋଖରୀଟି ବଗଡା ପଂଚାୟତର କଚେରୀପଡା ଗ୍ରାମର ୩ନମ୍ବର ୱାର୍ଡ ଏବଂ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମର ୧୧ନମ୍ବର ୱାର୍ଡର ମଧ୍ୟ ଭାଗରେ ଅବସ୍ଥିତ । ଏହି ପୋଖରୀଟି ଉନ୍ନୟନ ପରିଷଦର ସଭ୍ୟମାନଙ୍କ ସହାୟତାରେ ଖୋଳାଯାଇଥିଲା । ଏବେ ବଗଡା ପଂଚାୟତ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାନଯାଇ ବିନା ନୋଟିସରେ ସେହି ପୋଖରୀଟିକୁ ନିଲାମ କରାଯାଇଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ପୋଖରୀର ଭରତପୁର ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଥିବା ଅଂଶକୁ ସୀମା ନିର୍ଦ୍ଧାରଣ କରାଯାଇ ଉନ୍ନୟନ ପରିଷଦକୁ ହସ୍ତାନ୍ତର କରାଯିବାକୁ ଉଭୟ କଚେରୀପଡା ଓ ଜଗନ୍ନାଥପୁର ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ କୁଞ୍ଜବିହାରୀ ଓଝା, ସୁକାନ୍ତ କର, ନଳିନିକାନ୍ତ ପତି, ଉତମ ଚରଣ ଦାସ, ହେମନ୍ତ ବେହେରା, ଗୋବିନ୍ଦ ଘଡାଇ, ବୈଷ୍ଣବ ଚରଣ ରାଉତ, ସୁକାନ୍ତ କୁମାର ଦାସ, ପ୍ରଶାନ୍ତ ଦାସ, ମଙ୍ଗୁଳି ଚରଣ ରାଉତ, ପ୍ରଫୁଲ୍ଲ ମହାନ୍ତି, ଜଗବନ୍ଧୁ ଦାସ, ସୌମ୍ୟରଞ୍ଜନ ମହାନ୍ତି, କେଶବ ବେହେରା, ଭରତପୁର ପଂଚାୟତର ସରପଂଚ ନିଳାମ୍ବର ମଳିକ ଓ ସମିତି ସଭ୍ୟା ପ୍ରଣତୀ ବେହେରା ପ୍ରମୁଖ  ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.