Friday , September 29 2023
Breaking News
Home / କୃଷି / ପାକ୍ସ  ଗୁଡିକର କମ୍ପ୍ୟୁଟିକରଣ ସଂପର୍କରେ ସମବାୟ ମନ୍ତ୍ରୀ ଙ୍କ ସମୀକ୍ଷା –

ପାକ୍ସ  ଗୁଡିକର କମ୍ପ୍ୟୁଟିକରଣ ସଂପର୍କରେ ସମବାୟ ମନ୍ତ୍ରୀ ଙ୍କ ସମୀକ୍ଷା –

ଅକ୍ଟୋବର ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ –

ଭୁବନେଶ୍ୱର,୨୦/୦୯/୨୦୨୨ (ଓଡ଼ିଶା ସମାଚାର)- ସମବାୟ ବିଭାଗରେ 5T ଆଧାରରେ ସମସ୍ତ କାର୍ଯ୍ୟ ସମ୍ପାଦନ ଉପରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ୱ ଆରୋପ କରିଛନ୍ତି । ରାଜ୍ୟର ସମସ୍ତ ୨୭୧୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟିକରଣ କରି ଚାଷୀମାନଙ୍କୁ ସେବା ପ୍ରଦାନ କରିବା ଦିଗରେ ବିଭାଗ ତରଫରୁ ଆବଶ୍ୟକ ପଦ କ୍ଷେପଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକ୍ସ ଗୁଡିକର କମ୍ପ୍ୟୁଟିକରଣ ସଂପର୍କରେ ମନ୍ତ୍ରୀ ଶ୍ରୀ ନାୟକ ସମୀକ୍ଷା କରିଛନ୍ତି । ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା କମ୍ପ୍ୟୁଟିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ୧୦ ତାରିଖରୁ ପାକ୍ସ ଗୁଡିକ ପେପରଲେସ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖା ଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *