Sunday , May 28 2023
Breaking News
Home / ବିଶେଷ / ନିରାକାରପୁର କାଶୀପୁର ମଝିରେ ରାସ୍ତା ଅବସ୍ଥା ଶୋଚନୀୟ :

ନିରାକାରପୁର କାଶୀପୁର ମଝିରେ ରାସ୍ତା ଅବସ୍ଥା ଶୋଚନୀୟ :

ଆଣ୍ଠୁଏ ପାଣି ଯାତାୟତରେ ପ୍ରତିବନ୍ଧକ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିଘା ନାହିଁ
ନିରାକାରପୁର,୨୦/୦୯/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗେଟବଜାରରୁ କାଶୀପୁର ରାସ୍ତାର କିଛି ଅଂଶ ବର୍ତମାନ ପାଲଟିଛି ମରଣଯନ୍ତା । ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ନିରାକାରପୁର ରେଳ ଷ୍ଟେସନକୁ ସଂଯୋଗ କରିବା ସହ କାଶୀପୁର ଓ ମୋରମୋରସିଂ , ନୂଆଗଡ଼ ଗ୍ରାମକୁ ଯାତାୟତର ଏକମାତ୍ର ମାର୍ଗ । ଉକ୍ତ ରାସ୍ତାର ନନପଡ଼ା ସାହି ନିକଟରେ ବିରାଟ ବିରାଟ ଖାଲଖମା ହେବା ଦ୍ୱାରା ବର୍ଷା ଦିନେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଅନେକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ବର୍ଷା ଦିନ ବ୍ୟତିତ ମଧ୍ୟ ରାସ୍ତାରେ ଖାଲଖମା ହୋଇଥିବାରୁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ସ୍ଥାନୀୟ ଜନସାଧାରଣଙ୍କ ସମେତ ଷ୍ଟେସନକୁ ଯାଉଥିବା ରେଳଯାତ୍ରୀ । ସେହି ରାସ୍ତା ଦେଇ ଦୈନନ୍ଦିନ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଦ୍ୟାଳୟକୁ ଅଧ୍ୟୟନ କରିବାକୁ ଯାଉଥିବାବେଳେ ଉକ୍ତ ସ୍ଥାନରେ ପାଣିରେ ବୁଡ଼ି ଓଦା ହୋଇ ଯାଉଥିବାରେ ମଧ୍ୟ ଦେଖିବାକୁ ମିଳୁଛି । ଉକ୍ତ ସ୍ଥାନରେ ବର୍ଷା ଜଳ ନିଷ୍କାସନ ପାଇଁ ସୁବିଧା ନ ଥିବାରୁ ଏପରି ଘଟଣା ଘଟୁଛି । ବିଭାଗୀୟ ଯନ୍ତ୍ରୀ ଏହାର ତଦାରଖ କରି କିପରି ଏଠାରୁ ଜଳ ନିଷ୍କାସନ ହେବ ଓ ଲୋକେ ସୁବିଧାରେ ଯାତାୟତ କରିବେ ତାହା ଦେଖିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.