ଭୁବନେଶ୍ୱର, ୨୦/୦୯/୨୦୨୨ (ଓଡ଼ିଶା ସମାଚାର)- ସମ୍ୱଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେବାହାଲ-ବରଗଡ଼ ରୋଡ-ବରପାଲି ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ୬ଟି ଟ୍ରେନ୍ ବାତିଲ୍ ରହିବ। ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ବିଶେଷ ଟ୍ରେନ(୦୮୩୧୭/୦୮୩୧୮) ସମ୍ବଲପୁରରୁ ଆସନ୍ତା ୨୨ରୁ ୩୦ ତାରିଖ ମଧ୍ୟରେ ଏବଂ ଜୁନଗଡ଼ ରୋଡରୁ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୧ ମଧ୍ୟରେ ବାତିଲ ରହିବ। ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ବିଶେଷ ଟ୍ରେନ(୦୮୨୬୩/୦୮୨୬୪) ଟିଟିଲାଗଡ଼ରୁ ୨୩ରୁ ଅକ୍ଟୋବର ୧ ଏବଂ ବିଳାସପୁରରୁ ୨୨ରୁ ୩୦ ତାରିଖ ମଧ୍ୟରେ, ଟିଟିଲାଗଡ-ରାୟପୁର-ଟିଟିଲାଗଡ ସ୍ପେସାଲ(୦୮୨୭୭/୦୮୨୭୮) ଟିଟିଲାଗଡ଼ରୁ ୨୨ରୁ ୩୦ ତାରିଖ ଓ ରାୟପୁରରୁ ୨୩ରୁ ଅକ୍ଟୋବର ପହିଲା ମଧ୍ୟରେ, ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍ (୧୮୩୦୧/୧୮୩୦୨)୨୩ରୁ ୩୦ ତାରିଖ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ସମ୍ବଲପୁର-ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ(୨୦୮୦୯/୨୦୮୧୦) ସମ୍ବଲପୁର ରୁ ଆସନ୍ତା ୨୩ ଓ ୨୫ ତାରିଖରେ ଏବଂ ନନ୍ଦେଡରୁ ସେପ୍ଟେମ୍ବର ୨୪ ଓ ୨୬ରେ, ଟାଟା – ଏର୍ଣ୍ଣାକୁଲମ – ଟାଟା ଏକ୍ସପ୍ରେସ (୧୮୧୮୯/୧୮୧୯୦) ଟାଟାରୁ ୨୫ ଓ ୨୯ ତାରିଖରେ ଓ ଏର୍ଣ୍ଣାକୁଲମରୁ ୨୫ ଓ ୨୮ ତାରିଖରେ ବାତିଲ ରହିବ। ଆଂଶିକ ବାତିଲ୍ ହୋଇଥିବା ତିନୋଟି ଟ୍ରେନ୍ ହେଲା ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଇଣ୍ଟରସିଟି ଏକ୍ସପ୍ରେସ (୧୨୮୯୩/୧୨୮୯୪) ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ। ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ (୧୮୦୦୫/୧୮୦୦୬) ହାଓଡ଼ାରୁ ୨୨ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଜଗଦଳପୁରରୁ ଆସନ୍ତା ୨୩ ତାରିଖରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ। ହାଓଡ଼ା – ଟିଟିଲାଗଡ / କାଣ୍ଟାବାଞ୍ଜି – ହାଓଡ଼ା ଇସ୍ପାତ ଏକ୍ସପ୍ରେସ (୧୨୮୭୧-୨୨୮୭୨/୧୨୮୭୨-୨୨୮୬୨) ଉଭୟ ପାର୍ଶ୍ୱରୁ ହାଓଡ଼ାରୁ ୨୩ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଟିଟିଲାଗଡ଼/କଣ୍ଟାବାଞ୍ଜିରୁ ସେପ୍ଟେମ୍ବର ୨୪ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ସମ୍ବଲପୁର ଏବଂ ଟିଟିଲାଗଡ଼/ କଣ୍ଟାବାଞ୍ଜି ମଧ୍ୟରେ ବାତିଲ ରହିବ। ତାମ୍ବରମ୍-ଜସିଡିହ-ତାମ୍ବରମ୍ ଏକ୍ସପ୍ରେସ(୧୨୩୭୫/୧୨୩୭୬) ଆସନ୍ତା ୨୪ ତାରିଖରେ ତାମ୍ବରମରୁ ଓ ସେପ୍ଟେମ୍ବର ୨୮ରେ ଜସିଡିହରୁ ବିଜୟନଗରମ୍-ରାୟଗଡ଼ା-ଟିଟିଲାଗଡ଼-ସମ୍ବଲପୁର ମାର୍ଗ ପରିବର୍ତ୍ତେ ବିଜୟନଗରମ୍-ଖୋର୍ଦ୍ଧା ରୋଡ୍-ନରାଜ-ଅନୁଗୁଳ ଓ ସମ୍ବଲପୁର ମାର୍ଗ ଦେଇ ଚଳାଚଳ କରିବ।
ଏହାବ୍ୟତୀତ କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେସାଲ(୦୮୪୩୮/୦୮୪୩୭) ସେପ୍ଟେମ୍ବର ୧୯ରୁ ୨୫ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅନ୍ତର୍ଗତ କପିଳାସ ରୋଡ ଓ ନିର୍ଗୁଣ୍ଡି ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟକ୍ଷମ ଜନିତ ନନ-ଇଣ୍ଟର ଲକିଙ୍ଗ୍ କାର୍ଯ୍ୟ ପାଇଁ ବାତିଲ ରହିବ।