Monday , June 5 2023
Breaking News
Home / ବିଶେଷ / ଜୁନାଗଡ଼ ହିଂଜିଲିବାହିଲି ରାସ୍ତା ଶୋଚନୀୟ

ଜୁନାଗଡ଼ ହିଂଜିଲିବାହିଲି ରାସ୍ତା ଶୋଚନୀୟ

ଜୁନାଗଡ଼ ୨୦/୦୯/୨୦୨୨ (ଓଡ଼ିଶା ସମାଚାର / ରାକେଶ ବେମାଲ )- ଜୁନାଗଡ଼ ସହରର   ହିଂଜିଲିବାହିଲି ରାସ୍ତା ବର୍ଷା ଦିନ କାଦୁଅ ହୋଇ ଯିବା ଆସିବା ପାଇଁ   ଅଂଚଳ ବାସୀ ଅସୁବିଧା ସମୁଖୀନ ହୋଇଛନ୍ତି  । ସହରରର ୧ନମ୍ବର ୱାର୍ଡ ଜାତୀୟ ରାଜପଥ ୨୬ ହିଂଜିଲିବାହିଲି ଛକରୁ ଯାଇଥିବା ମୁଖ୍ୟରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ହୋଇ ପଡିଛି । ଫଳରେ ସାଧାରଣ ଚଳପ୍ରଚଳ ବାଧାପ୍ରାପ୍ତ ହୋଇ ଅଂଚଳ ବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ଏହି ରାସ୍ତା ସହରର ଏକ ପ୍ରମୁଖ ରାସ୍ତା । ଏହା ଉପରେ ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି। ଏହି ରାସ୍ତା ଓ ନାଳ ନିର୍ମାଣ ପାଇଁ ଅନେକ ଦିନରୁ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଟେଣ୍ଡର ହୋଇଛି ।ଡ୍ରେନ କାମ ଅଧାପନ୍ତରିଆ ହୋଇ ରହିଥିବାବେଳେ ରାସ୍ତା କାମ ଏ ପର୍ଯ୍ୟନ୍ତ ନିର୍ମାଣ କରାଯାଇନାହିଁ। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଓ କାଦୁଅ ହୋଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ଚଳପ୍ରଚଳ ବାଧା ପ୍ରାପ୍ତ ହେଉଛି। ଯାହା ଦ୍ୱାରା ଅଂଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏଣୁ ଏହି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ଅନ୍ୟଥା ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚରମ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published.